STORYMIRROR

Pritipriya Mohanty

Others

3  

Pritipriya Mohanty

Others

ପ୍ରେମ ଓ ବିଶ୍ୱାସ

ପ୍ରେମ ଓ ବିଶ୍ୱାସ

1 min
4.7K


ପ୍ରେମ ଓ ବିଶ୍ୱାସ


ହେଲେ ହେଉ ପଛେ ରକତ ସମ୍ପର୍କ

ଫିକା ସବୁ ଲାଗିଥାଏ

ପରସ୍ପର ପ୍ରେମ ଶ୍ରଦ୍ଧା ଓ ବିଶ୍ୱାସ

ଅଭାବ ଯେଉଁଠି ଥାଏ।


ଦୂର ସମ୍ପର୍କ ବି ଲାଗଇ ନିଜର

ବୋଳିଦେଲେ ପ୍ରେମ ରଙ୍ଗ,

ପ୍ରେମ ଚିଜ ପରା ସବୁ ସମ୍ପର୍କର

ଶକତ କରଇ ମଙ୍ଗ।


ବିଶ୍ୱାସର ବାସ୍ନା ମହକେ ଯେଉଁଠି

ସେ ସମ୍ପର୍କ ହୁଏ ଦୃଢ଼,

କ୍ଷଣିକେ ସମ୍ପର୍କ ଭାଙ୍ଗେ ଯହିଁ ଥାଏ

ଅବିଶ୍ୱାସ କୁଢ଼ କୁଢ଼।


ପ୍ରେମ ଓ ବିଶ୍ୱାସ ଦୁଇଟି ଜିନିଷ

ରହିଥିଲେ ଏକଠାରେ,

ସମ୍ପର୍କରେ ଭଟ୍ଟା ନ ଆସେ ଜମାରୁ

ଦିନ କଟେ ଆନନ୍ଦରେ।


ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ଼



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍