ପ୍ରେମ ନୁହେଁ ପାପ
ପ୍ରେମ ନୁହେଁ ପାପ
ପ୍ରେମ ନୁହେଁ ପାପ
ଫୁଲ ନୁହେଁ ତାର ବାସ
ସଞ୍ଜ ନୁହେଁ ତାର ବାସ୍ନା
ଧୂପ ନୁହେଁ ତାର ଗନ୍ଧ
ଘଣ୍ଟି ନୁହେଁ ତାର ଶବ୍ଦ
ନଦୀ ନୁହେଁ ତାର କଲ୍ଲୋଳ
କରେ ଥରେ ଥରେ ଡହଳ ବିକଳ
ସମୁଦ୍ର ନୁହେଁ ତା ଗଭୀରତା
କୂଳରେ ବସିଲେ ବଢେ ଆକୁଳତା
ଜହ୍ନ ନୁହେଁ ତାର ଜୋଛନା
ପ୍ରେମ କେବେ ମରିପାରେନା
ସୂର୍ଯ୍ୟ ନୁହେଁ ତାଙ୍କ ତେଜ
ଥରେ ହେଲେ ହେଜ ପ୍ରେମ ପକ୍ଷୀ ସାଜ
ପକ୍ଷୀ ନୁହେଁ ତାର କୁଜନ
କରେ ମନ ଓ ହୃଦୟ ଉଚଚ୍ଛନ
କେବେ ଦହନ କେବେ ଚନ୍ଦନ
କେବେ ସ୍ୱୟଂସମ୍ପନ୍ନ
ଅଗରୁ ନୁହେଁ ସେ ତିଳକ
କଜ୍ଜଳ ନୁହେଁ ସେ ଅଳୀକ
ସିନ୍ଦୂରେ ସିନ୍ଦୂରା ପାଇଁ
କେବେ ଖରା କେବେ ଛାଇ
ଏ କୂଳରେ ଥାଏ କିଏ ଅବା ନାହିଁ
ସେ କୂଳେ ବି କେହି ନାହିଁ
ପ୍ରେମ ଶାଶ୍ୱତ ପ୍ରେମ ତଥାଗତ
ପ୍ରେମ ସ୍ୱର୍ଗୀୟ ଭାବନ୍ତି ଏମିତି କେହି ନାହିଁ
ତଥାପି କେଦାର ଗୌରୀ ତାଜମହଲ
ଅଛି ଚିରନ୍ତନ ଓ ଅମର ହୋଇ l
