STORYMIRROR

Sunanda Mohanty

Others

4  

Sunanda Mohanty

Others

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
324

ପ୍ରେମ ନୁହେଁ ପାପ 

ଫୁଲ ନୁହେଁ ତାର ବାସ 

ସଞ୍ଜ ନୁହେଁ ତାର ବାସ୍ନା 

ଧୂପ ନୁହେଁ ତାର ଗନ୍ଧ 

ଘଣ୍ଟି ନୁହେଁ ତାର ଶବ୍ଦ 

ନଦୀ ନୁହେଁ ତାର କଲ୍ଲୋଳ 

କରେ ଥରେ ଥରେ ଡହଳ ବିକଳ 

ସମୁଦ୍ର ନୁହେଁ ତା ଗଭୀରତା 

କୂଳରେ ବସିଲେ ବଢେ ଆକୁଳତା 

ଜହ୍ନ ନୁହେଁ ତାର ଜୋଛନା 

ପ୍ରେମ କେବେ ମରିପାରେନା 

ସୂର୍ଯ୍ୟ ନୁହେଁ ତାଙ୍କ ତେଜ 

ଥରେ ହେଲେ ହେଜ ପ୍ରେମ ପକ୍ଷୀ ସାଜ 

ପକ୍ଷୀ ନୁହେଁ ତାର କୁଜନ 

କରେ ମନ ଓ ହୃଦୟ ଉଚଚ୍ଛନ 

କେବେ ଦହନ କେବେ ଚନ୍ଦନ 

କେବେ ସ୍ୱୟଂସମ୍ପନ୍ନ 

ଅଗରୁ ନୁହେଁ ସେ ତିଳକ 

କଜ୍ଜଳ ନୁହେଁ ସେ ଅଳୀକ 

ସିନ୍ଦୂରେ ସିନ୍ଦୂରା ପାଇଁ 

କେବେ ଖରା କେବେ ଛାଇ 

ଏ କୂଳରେ ଥାଏ କିଏ ଅବା ନାହିଁ 

ସେ କୂଳେ ବି କେହି ନାହିଁ 

ପ୍ରେମ ଶାଶ୍ୱତ ପ୍ରେମ ତଥାଗତ 

ପ୍ରେମ ସ୍ୱର୍ଗୀୟ ଭାବନ୍ତି ଏମିତି କେହି ନାହିଁ 

ତଥାପି କେଦାର ଗୌରୀ ତାଜମହଲ

 ଅଛି ଚିରନ୍ତନ ଓ ଅମର ହୋଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍