STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପ୍ରେମ ଏକ ବ୍ୟାଖ୍ୟା

ପ୍ରେମ ଏକ ବ୍ୟାଖ୍ୟା

1 min
14K


କାଦମ୍ବିନୀ ପରି କୁମୁଦିନୀ ସରି

କନ୍ଦର୍ପ କମାଣେ ଯୋଷା ଯେପରି

କାମାନ୍ଧ ହୋଇଣ ବିରହେ ଆବଦ୍ଧ

ପ୍ରେମ ସୁଧା ବିନା ସହ୍ୟ କିପରି


ପ୍ରୀତି ପିୟୁଷର ମନ୍ଦାକିନି ଧାରା

ବହିଲେ ବିତତ ଜୀବନେ ଡେରା

ଯେତେ ଝଡ ଝଂଜା ଝଙ୍କାରେ ଜୀବନ

ସଂଯମେ ସଙ୍ଗତ ନୁହେଁ ଅଧିରା


ଧିରେ ଧିରେ ଧରା ପାବନେ ପ୍ରଥିତ

ପ୍ରୀତି ମଧୁ ବାରି ଯହିଁ ଅମୃତ

ନାଶଇ ବିରହ କଳୁଷ ପୁରିଷ

ପ୍ରେମ ପୁଣ୍ୟତୋୟା ହରଷେ ପୁରିତ


ପ୍ରୀତି ମନ୍ଦାକିନୀ ପ୍ରେମ ପ୍ରଦାୟିନୀ

ବିରହ ବିଛେଦେ ବାଜେ ରାଗିଣୀ

ପ୍ରେମ କରୁଣାରେ ବଣା ହୁଏ କାମ

ପରଷି ପ୍ରୀତି ଯଥା ନିର୍ଝରିଣୀ


କରୁଣା ନହେଲେ କାମ ଯେ ଦାହିବ

ପ୍ରେମ ପୂଣ୍ୟତୋୟା କେମନ୍ତ କହି

ପ୍ରେମର ହୃଦୟ ନୁହେଁ ନିରିଦୟ

କରାଳ କଳୁଷ ଦିଏ ସେ ଧୋଇ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍