STORYMIRROR

Santanu Bisoi

Others

3  

Santanu Bisoi

Others

ପ୍ରେମ ଦିନ

ପ୍ରେମ ଦିନ

1 min
251


ସୁରକ୍ଷିତ ନୁହେଁ ଏ ମାଟିରେ ନାରୀ

କ୍ରୁର ନ୍ୟାୟ, ପ୍ରଶାସନେ,

ନିର୍ଭୟା, ପ୍ରିୟଙ୍କା,ସସ୍ମିତା ସମସ୍ତେ

ଅତୃପ୍ତ ନ୍ୟାୟ ବିହୁନେ।।


ସବୁ ଦେଖୁ ଦେଖୁ ସବୁ ଜାଣୁ ଜାଣୁ

ମାୟା ଜାଲେ କିମ୍ପା ମରୁ

ଛଳ ଦୁନିଆଁରେ ପ୍ରତାରଣା ସାର

ଅମୂଲ୍ୟ ଜୀବନ ସାରୁ।।


ଉନ୍ମାଦ ଯୌବନ ଉତ୍ସୃଙ୍ଖଳ ମନ

ମାନେ ନାହିଁ ବାଡ଼ ବନ୍ଧ

ପ୍ରେମମଧୁ ଭକ୍ଷୀ ଲମ୍ପଟ ପିନ୍ଧାଏ

କଳଙ୍କ ଟୀକାକୁ ପିନ୍ଧ।।


ପ୍ରମୋଦ ଉଦ୍ୟାନେ କିଏ ଗଛ ମୂଳେ

କିଏ ବା ଚଉକି ଫାଙ୍କେ

ଅସଂଯତ କୋଳାଗ୍ରତ ଅଛି କିଏ

କିଏ ବା ଅଙ୍କ ପଲଙ୍କେ।।


ଆଷାଢୀ ସରମା ସରମେ ମଲାଣି

ଲୁଚୁଛି ଏକାନ୍ତେ ଯାଇ,

ତାଙ୍କରି ଜାଗାକୁ ମାଡି ବସିଲେଣି

ଉଦ୍.ଦ୍ଭ୍ରାନ୍ତ ଲଙ୍ଗୁଳି ମାଇ।।


ଦଳ ଦଳ ହୋଇ ମରାଳ ପରାୟେ

ବୁଲନ୍ତି ପ୍ରେମୀ ଯୁଗଳ,

ପ୍ରେମ ପିରତିକୁ ବୁଝି ନ ପାରିକି

ଫଳାନ୍ତି ବେଧ ର ଫଳ।।


କିଏ ରାସ୍ତା କଡୁ, କିଏ ଗଛ ମୁଳୁ

ନଦୀପଠାରୁ କେ ମିଳେ,

ଅବୈଧ ସନ୍ତାନ ପରିଚୟ ଖୋଜେ

ମୁକ୍ତ ଆକାଶର କୋଳେ।।


ଦେଖୁଅଛୁ କାଠ ପୋଛୁଚୁ ଚନ୍ଦନ

ପାଇବୁନି ପ୍ରେମ ଧନ,

ନିଜକୁ ସୁଧାର ନ ବଳାଅ ଆଉ

ଭଲେଣ୍ଟାଇନରେ ମନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍