STORYMIRROR

Jagabandhu Sahu

Others

2  

Jagabandhu Sahu

Others

ପ୍ରେମ ଦିବସର ଅଭିନନ୍ଦନ

ପ୍ରେମ ଦିବସର ଅଭିନନ୍ଦନ

1 min
886


କଥା ଦେଇ ଦିନେ ଯାଇଥିଲି ପ୍ରିୟା

ଆସିବି ବୋଲି ମୁଁ ଫେରି

କେତେ ଦିନ କେତେ ରାତି ମୁଁ କାଟିଛି

ତୁମକୁ ଯେ ଝୁରି ଝୁରି

ଏ ପ୍ରେମ ଦିବସେ ହୋଇବ ମିଳନ

ସତ ହେବ ପ୍ରତୀ ସ୍ମୃତି

କଥା ଦେଇ କଥା ରଖିଲି ମୁଁ ପ୍ରିୟା

ଲେଖିଲି ପ୍ରେମର ଗୀତି

ହୃଦୟକୁ ମୋର ଦେବି ଉପହାର

ରଖିବ ତୁମେ ସାଇତି

ଏ ପ୍ରେମ ଦିବସେ ପ୍ରେମ ଉପହାର

ଦେଉଛି ତୁମକୁ ସଖି

ପ୍ରେମ ଦିବସରେ ମିଳନ ଆମର

ଅଭୁଲା ହୋଇବ ଦିନ

ତୁମ ହୃଦୟକୁ ମୋ ହୃଦୟେ ଯୋଡି

ଜଣାଏ ଅଭିନନ୍ଦନ


ପ୍ରେମ୍ କବି ଜଗବନ୍ଧୁ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍