STORYMIRROR

Pranati Mahapatra

Others

3  

Pranati Mahapatra

Others

ପ୍ରଧାନ ସେବକ

ପ୍ରଧାନ ସେବକ

1 min
233


ଗଜପତି ବଂଶ ପରମ୍ପରା କ୍ରମେ

ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ,

ଗାଦିନସୀନ ହୋଇ ଶ୍ରୀମନ୍ଦିରରେ

ସେବାରେ ହୁଅନ୍ତି ଅଧିକାରୀ,

କନ୍ୟା ପାଆନ୍ତି ନାହିଁ ଏ ସେବା

ପୁତ୍ର ଅଭାବରେ ପୋଷ୍ୟ ପୁତ୍ର ବରି,

ଦାୟିତ୍ୱ ଯେ ନ୍ୟସ୍ତ କରି।


ଭବିଷ୍ୟତ ଉତ୍ତରାଧିକାରୀଙ୍କୁ ଯେ

ଜେନାମଣି ସମ୍ବୋଧନ,

ଅଭିଷେକ ପରେ ବ୍ରତପନୋୟନ

ଶାଢ଼ୀବନ୍ଧା ସମାପନ,

ମହାପ୍ରଭୁଙ୍କ ସେବାର ଆଜ୍ଞା ପ୍ରଦାନ

ଜେନାମଣି କାମାର୍ଣ୍ଣବ ଦେବ 

ଗଜପତି ଛନ୍ତି ଜାଣ।


ଅଭିନବ ଇନ୍ଦ୍ରଦ୍ୟୁମ୍ନ ରାମଚନ୍ଦ୍ର ଦେବ

ପୁରୁଷୋତ୍ତମ ଦେବ, ବଳଭଦ୍ର ଦେବ,

ମୁକୁନ୍ଦ ଦେବ ପୁଣି, ଦିବ୍ୟସିଂହ ଦେବ

ହରେକୃଷ୍ଣ ଦେବ, ଆଉ ଗୋପିନାଥ ଦେବ 

ରାମଚନ୍ଦ୍ର ଦେବ, ବିକ୍ରମ କେଶରୀ ଦେବ,

ଦ୍ୱିତୀୟ ଦିବ୍ୟସିଂହ, ଦ୍ୱିତୀୟ ମୁକୁନ୍ଦ ଦେବ

ତୃତୀୟ ରାମଚନ୍ଦ୍ର, ଦ୍ୱିତୀୟ ବିରୋକିଶୋର ଦେବ

ତୃତୀୟ ଦିବ୍ୟସିଂହ, ତୃତୀୟ ମୁକୁନ୍ଦ ଦେବ

ଚତୁର୍ଥ ରାମଚନ୍ଦ୍ର ତୃତୀୟ ବିରୋକିଶୋର ଦେବ

ବର୍ତ୍ତମାନ ଗଜପତି ଚତୁର୍ଥ ଦିବ୍ୟସିଂହ ଦେବ।


ଆଦ୍ୟ ସେବକ ପ୍ରଭୁଙ୍କର ଗଜପତି

ଶ୍ରୀଚରଣେ କରୁଛି ଜୁହାର,

ଦୟା ରଖିଥାନ୍ତୁ ଜଗଜ୍ଜନ ପରେ

ବିନତୀ ମୋ ବାରବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍