Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Others

4  

Prajna Paramita Mohanty

Others

ପରଦା -ପରିଧି -ପୃଥିବୀ -ପରିବର୍ତ୍ତନ -ପ୍ରଭେଦ -ପ୍ରଭାବୀ

ପରଦା -ପରିଧି -ପୃଥିବୀ -ପରିବର୍ତ୍ତନ -ପ୍ରଭେଦ -ପ୍ରଭାବୀ

1 min
195


- ପରଦାରେ ଜୀବନ ଏଠି ଆଜି,

 ରଙ୍ଗମଞ୍ଚର ନାଟକ ପରି

 ପରଦା ପଡିବା ଯାଏ ଖେଳ ଚାଲିଥିବ,

 ଅପେକ୍ଷା ନ କରି ତାଳି ବା ଗାଳିର |


- ପରିଧି ସେ ନାଟକର

 କେବଳ ସେ ମଞ୍ଚରେ ସୀମିତ,

 ଭାଗ୍ୟ ଓ ଭାବନାର ଦୋଛକିରେ

 ଚାଲିଛି ତା' ପରିକ୍ରମା ଏ ପୃଥିବୀରେ |


- ପୃଥିବୀରେ ଚାଲିଥିବା ଏ ବିବର୍ତ୍ତନ

 ମେଣ୍ଡେଲଙ୍କଠାରୁ ଡାରଉଇନଙ୍କ ଯାଏଁ,

 ଏକକୋଷୀରୁ ବହୁକୋଷୀ ଯାଏଁ,

 ପରମାଣୁ ଯୁଦ୍ଧରୁ ମହାମାରୀ ଯାଏଁ,

 ପୃଥିବୀର ଆବର୍ତ୍ତନ ଓ ପରିକ୍ରମଣ ପରି |


- ପରିବର୍ତ୍ତନର ସଂଜ୍ଞା ଇଏ,

 ସ୍ଥିରତାର ନୁହେଁ, ଗତିଶୀଳତାର,

 ଆଗକୁ ବଢିବାର, କର୍ମପ୍ରବଣତାର-

 ସେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର |


- ପ୍ରଭେଦ କିଛି ତା'ଠି ନାହିଁ, 

 ବିଶ୍ଳେଷଣ କଲେ ଯଦି,

 ମିଳେ ଖାଲି ସୃଷ୍ଟିର ସେ ନିୟମ,

 ବନ୍ଧା ଯହିଁ ସସାଗର-ଧାମ, ସସୀମରୁ ଅସୀମ | 


- ପ୍ରଭାବୀ ସମସ୍ତେ ଏଠି,

 ପ୍ରଭାବିତ ହେଉଅଛୁ ପ୍ରଭାବ ବିସ୍ତାର କରି 

 ଆପଣାର ପରାକ୍ରମଶୀଳତାର |

 


Rate this content
Log in