STORYMIRROR

Gadadhar Sahoo

Others

2  

Gadadhar Sahoo

Others

ପର୍ବପର୍ବାଣି

ପର୍ବପର୍ବାଣି

1 min
387

ମୋ ଘରେ

ମୋ ଗାଁରେ

ଯେତେ ପର୍ବପର୍ବାଣି

ସବୁର ମୂଳ

ଆମ କୃଷିକୁ ନେଇ

ଗଢି ଉଠିଛି

କେଉଁ ଅନାଦି କାଳରୁ


ଏବେ ବି

ଆମେ ଜାରି ରଖିଛୁ

ତିଥି ବାର

ମାସ ବର୍ଷରେ ଆସୁଥିବା

ପ୍ରତିଟି ପର୍ବ ପର୍ବାଣୀ


କେବେ ଝୋଟିରେ ଆସେ

ଲକ୍ଷ୍ମୀ ପାଦ , ପଦ୍ମା ଫୁଲରେ

ଶୀତରେ ଥରି ଥରି

କେବେ ବେଲ ପଣନେଇ ଆସେ

ଗ୍ରୀଷ୍ମରେ ଝାଳ ବୁହାଇଆସି

କେବେ ଫଗୁଣରେ ଆସେ

ରଙ୍ଗ ବିରଙ୍ଗ ଅବିର ଉଡାଇ


ଯିଏ ଯେମିତି ଆସୁ

ମନ ଆନନ୍ଦରେ ନାଚୁଥାଏ

ତା ଆସିବା ବାଟକୁ ଚାହିଁ

ସରିଗଲେ ଫେରିଯାଏ

ମନରେ ଦୁଃଖ ଭାରି ଯାଏ

ଭବୁଥାଉ ସେ ନିଶ୍ଚୟ ଆସିବ

ହେଲେ ବର୍ଷେ ଅପେକ୍ଷା କରିବା

ଭାରି ବାଢୁଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍