STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପ୍ରଭୂଙ୍କ ପ୍ରତି ଶବରିର ଅଗାଧ ଭକ୍ତି

ପ୍ରଭୂଙ୍କ ପ୍ରତି ଶବରିର ଅଗାଧ ଭକ୍ତି

1 min
198

କବି କଳ୍ପନାରୁ କବିତା ହୁଅଇ

ଜଗତକୁ ଶିକ୍ଷା ଦିଏ

ପ୍ରେମ ଭକ୍ତି ବଳେ ଈଶ୍ବରଙ୍କ ପ୍ରାପ୍ତି

ନିସ୍ବାର୍ଥ ଭକ୍ତିରୁ ପାଏ।୧।

ନିସ୍ବାର୍ଥ ସେବାରୁ ଜନତାଙ୍କ ଖୁସି

ଆଶିଷ ଅଜାଡି ଦିଏ

ପ୍ରଭୁ ସେବା ଭାବି ସେବୁ ଥାଏ ଜନେ

ଜଗତେ ଆଦର୍ଶ ହୁଏ।୨।

ଜୀବନ ଉଦ୍ଦେଶ୍ୟ ଜାଣେ ଯେଉଁ ଜନ

ପ୍ରେମ ଭକ୍ତି ରଖି ଥାଏ

ଈଶ୍ବର ବଚନ ମନେ ରଖି ସେହି

ଜନସେବା କରୁ ଥାଏ।୩।

ପବିତ୍ର ମନରେ ଜନ ସେବୁ ଥାଏ

ଦେଶକୁ ସୁରକ୍ଷା ଦିଏ

ପର ଦୁଖରେ ସେ ଦୁଖୀ ହେଉ ଥାଏ

ଚେଷ୍ଟା ବଳେ ଖୁସି ଦିଏ।୪।

ଭକ୍ତିର ସାଗରେ ନିସ୍ବାର୍ଥ ହୋଇଣ

ପ୍ରଭୁ ସେବା କରୁ ଥାଏ

ଶବରୀ ପରି ସେ ପ୍ରେମର ଭକ୍ତିରେ

ଜୀବନ ଅଜାଡି ଦିଏ।୫।

କବି କଳ୍ପନାରୁ କବିତା ହୁଅଇ

ଜଗତକୁ ଶିକ୍ଷା ଦିଏ

ପ୍ରେମ ଭକ୍ତି ବଳେ ଈଶ୍ବରଙ୍କ ପ୍ରାପ୍ତି

ନିସ୍ବାର୍ଥ ଭକ୍ତିରୁ ପାଏ।୬।



Rate this content
Log in