ପ୍ରଭୁ ତୁମେ ଗଲ ମାଉସୀ ଘର
ପ୍ରଭୁ ତୁମେ ଗଲ ମାଉସୀ ଘର
ପ୍ରଭୁ ତୁମେ ଗଲ ମାଉସୀ ଘରକୁ
ନନେଇ ମାଆଙ୍କୁ ସାଥୀରେ
ଛାଡି ଚାଲିଗଲ କରି ଏକାକିନୀ
ରହିଲେ ସେ ଶ୍ରୀମନ୍ଦିରେ ॥
ନନ୍ଦିଘୋଷରଥେ ନଥିଲେବି ଜାଗା
ନେଇଥାନ୍ତ ଅନ୍ୟରଥେ
ଏକି ପରମ୍ପରା ସୃଷ୍ଟିକଲ ପ୍ରଭୁ
ନନେଇ ମାଆଙ୍କୁ ସାଥେ ॥
କ୍ରୋଧ ଅଭିମାନେ ହୋଇ ପ୍ରଜ୍ୱଳିତ
ଭାଙ୍ଗିଦେଲେ ନନ୍ଦିଘୋଷ
ନଖୋଲି କବାଟ କଲେ ଅସମ୍ମାନ
କରିବାରୁ ତୁମେ ଦୋଷ ॥
ଭାଇ ଭଉଣୀଙ୍କ ସଙ୍ଗେମିସି ପ୍ରଭୁ
ଖାଇଦେଲ ପୋଡପିଠା
ମନେପଡିଲାନି ମାଆଙ୍କ ପାଇଁକି
ଆଣିବାକୁ ଏକ ଗୋଟା ॥
ତୁମ ଦୋଷ ପ୍ରଭୁ ମାଆ ସାଆନ୍ତାଣୀ
କରିଦେଲେ ସବୁ କ୍ଷମା
ହେଲେ ଭକ୍ତ ଦୋଷ କ୍ଷମା କରିବାକୁ
କାହିଁକି ଶୁଣୁନ ଜମା ॥
ତୁମ ଦୋଷ ଠାରୁ ଭକ୍ତଙ୍କର ଦୋଷ
କେଉଁଗୁଣେ ପ୍ରଭୁ ବଡ
କେଉଁଥି ପାଇଁକି ନିଦାବିଷ୍ଣୁସାଜି
ପାଲଟି ଯାଇଛ ଜଡ ॥
(ସଦାନନ୍ଦ ପ୍ରତିହାରୀ )
ତା୩୦-୦୭-୨୦୧୮
