STORYMIRROR

Pranati Mahapatra

Others

3  

Pranati Mahapatra

Others

ପ୍ରଭୁ ଟିକେ ଆସିବ ନିଶ୍ଚେ

ପ୍ରଭୁ ଟିକେ ଆସିବ ନିଶ୍ଚେ

1 min
166

ପ୍ରଭୁ ଟିକେ ଆସିବ ନିଶ୍ଚେ

ମୁଖ୍ୟ ଆସନରେ ବସିବା ପାଇଁ

ପ୍ରଭୁ ଟିକେ ଆସିବ ନିଶ୍ଚେ 

ତୁମେ ବସିଗଲେ ସଭାର ଗୌରବ

ଆପେ ବଢିଯିବ ସନ୍ଦେହ ନାହିଁ।


ନିରାଶ ହୋଇଲେ ଆଶାର କିରଣ

ବଞ୍ଚିଦିଅ ଅନ୍ତର୍ଗତେ ତ ଥାଇ 

ଅଭାବ ପଡିଲେ ଭାବର ପସରା

ଯାଚି ଦିଅ ଦୁଃଖ ନପାରି ସହି 

ନୀରବରେ କାନ୍ଦେ ଡାକେ ମନେ ମନେ

କେବଳ ତୁମେ ସାହା ହେବା ପାଇଁ

ପ୍ରଭୁ ଟିକେ ଆସିବ ନିଶ୍ଚେ ମୁଖ୍ୟ ଆସନେ ବସିବା ପାଇଁ।


ବନ୍ଧୁ ପରିଜନ ସଖା ସହୋଦର 

ପାଇବା ଆଶାରେ ଆସନ୍ତା ଧାଇଁ 

ନ ପାଇଲେ କିଛି ଦୂରେଇ ଦିଅନ୍ତି

ବନ୍ଧୁ ତାଲିକାରୁ କାଟିଣ ଦେଇ 

ନ ଦେଇ ମୁଁ କିଛି ପାଶେ ପାଶେ ଥାଅ(ତୁମେ)

ଆପଦେ ବିପଦେ ମୋ ବନ୍ଧୁ ହୋଇ

ପ୍ରଭୁ ଟିକେ ଆସିବ ନିଶ୍ଚେ ମୁଖ୍ୟ ଆସନେ ବସିବା ପାଇଁ।


ଯିଏ ଯା କହୁଛି ସବୁ ତ ଶୁଣୁଛ

ଯିଏ ଯା କହୁଛି ସବୁ ବି ଦେଖୁଛ 

ବିଚାର ତ ଅଛି ତୁମ ହାତେ ପ୍ରଭୁ

ମୋର ହାତ କାତ ପାଇବ କାହିଁ 

ତୁମେ ଥାଉ ଥାଉ ଆଉ ବା କାହାକୁ

ମୁଖ୍ୟ ବୋଲି କେବେ ଭାବି ମୁଁ ନାହିଁ ।

ପ୍ରଭୁ ଟିକେ ଆସିବ ନିଶ୍ଚେ ମୁଖ୍ୟ ଆସନେ ବସିବା ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍