STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପ୍ରଭୁ ଶୁଣ ଗୁହାରି

ପ୍ରଭୁ ଶୁଣ ଗୁହାରି

1 min
173

କର୍ଣ୍ଣ ଡେରି ଶୁଣ ଭକ୍ତର ଡାକକୁ

ଜଗତର ନାଥ ପ୍ରଭୁ

ନିରାକାର ପ୍ରଭୁ ଗୁହାରି ଶୁଣହେ

ଭକ୍ତ ଡାକୁଅଛି ପ୍ରଭୁ।୧।

ମାଗେ ନାହିଁ ଧନ ମାଗେନି ବୈଭବ

ମାଗୁଛି ଚରଣ ନିତ୍ୟେ

ତହରି ଚରଣେ ଧ୍ୟାନଟି ମୋ ରହୁ

ଗୁହାରି କରୁଛି ନିତ୍ୟେ।୨।

ଜଗତ କଲ୍ୟାଣେ କର୍ଣ୍ଣ ଡେରି ଦିଅ

ଜଗତ ମଙ୍ଗଳ ହେଉ

ପବିତ୍ର ଦେଶରେ ପବିତ୍ରତା ଆସୁ

ଦେଶର କଲ୍ୟାଣ ହେଉ।୩।

ଜୀବ ମଧ୍ୟେ ପ୍ରଭୁ କରୁଣା କରହେ

ଅନ୍ନର କଷ୍ଟ ନରହୁ

ବିଶାଳ ଧରିତ୍ରୀ ଭିଆଣ ତହରି

କାହାରି ଦୁଖ ନରହୁ।୪।

ସତ୍ୟ ପଥେ ମୋତେ ନେଇ ଯାଅ ପ୍ରଭୁ

ଜନ ସେବା କରୁଥିବି

ଦୁଖି ଜନଙ୍କର ଦୁଖର ଅଶ୍ରୁକୁ

ନିତ୍ୟେ ପୋଛି ଦେଉ ଥିବି।୫।

କର୍ଣ୍ଣ ଡେରି ଶୁଣ ଭକ୍ତର ଡାକକୁ

ଜଗତର ନାଥ ପ୍ରଭୁ

ନିରାକାର ପ୍ରଭୁ ଗୁହାରି ଶୁଣହେ

ଭକ୍ତ ଡାକୁଅଛି ପ୍ରଭୁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍