STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ପ୍ରଭୁ ପଣକୁ ଭାଜନ

ପ୍ରଭୁ ପଣକୁ ଭାଜନ

1 min
238

         

ଫଳହୀନ ବୃକ୍ଷ ଗର୍ବ ଅନୁଭବେ

  କାନନେ ବା ଜନପଥେ

ଉର୍ଦ୍ଧମୁଖା ହୋଇ ଉଭାହୋଇଥାଏ

  ଆକାଶ ଛୁଇଁବ ସତେ ।।


ଫଳ,ଫୁଲ ଭରା ବୃକ୍ଷରାଜି ସଦା

  ଅବନତ ହୋଇ ରହେ

ବିଦ୍ୱାନ୍ ଯେପରି ଉଦାରତା ଗୁଣେ

  ନମ୍ରତା ଭାବ ଆଚରେ ।।


ଜଳଭାରେ ମେଘ ଆକାଶୁ ଝରଇ

  ଅବନତେ ମହୀମୁଖେ

ଧନୀକ ତେମନ୍ତ ଧନ ଗରବରେ

   ନକରେ ବଡେଇ କେବେ ।।


ସଭାରେ ପଣ୍ଡିତ ନମ୍ରତା ଗୁଣରେ

  କିଣଇ ସକଳ ମନ

ତେଣୁ ପୁଜ୍ୟ ପୁଜା ଆସନରେ ସଦା

   ହୋଇଥାଏ ବିଦ୍ୟମାନ ।।


ଅସୂୟା ଭାବକୁ ଯେ ଜନ ପ୍ରକାଶେ

  ହେଉ ଧନୀ,ଗୁଣି, ଜ୍ଞାନୀ 

ନିଜ ବଡପଣ ହରାଏ ସମାଜେ 

   ଯେସନେ ଇତର ପ୍ରାଣୀ ।।


ନମ୍ରଗୁଣେ ଗୁଣୀ ପରକୁ ଆପଣା

 କରି ନିଜର କରଇ

ଉଦାରତା ପଣେ ଧନୀକ ନିଜର

 ପ୍ରଭାବତା ବିସ୍ତାରଇ ।।


ରାଗ,ହିଂସା,ଦ୍ୱେଷ,କ୍ରୋଧ,ଅହଂକାର

  ବରଜିଛି ଯେଉଁ ଜନ

ସେହି ଏକା ଏହି ସମାଜେ ହୁଅଇ

 ପ୍ରଭୁ ପଣକୁ ଭାଜନ ।।



Rate this content
Log in