## ପ୍ରଭୁ ହୃଦେ କର ବାସ ##
## ପ୍ରଭୁ ହୃଦେ କର ବାସ ##
1 min
63
ଶ୍ରୀରାମ ଶ୍ରୀରାମ ଜୟ ଜୟ ରାମ
ଶୁଭଇ ଅଯୋଧ୍ୟା ପୁରେ ,
ନୂତନ ସୁରୁଜ ସରଜୁ କୂଳରେ
ମନ ଉଲ୍ଲସିତ କରେ ।
ଘାତ ପ୍ରତିଘାତେ ରହନ୍ତି ଭକତେ
ବିପଦରେ ନରନାରୀ ,
ପୁରୁଷ ଉତ୍ତମ ହେ ପ୍ରଭୁ ଶ୍ରୀରାମ
ଉଦ୍ଧର ଅଯୋଧ୍ୟା ପୁରୀ ।
ଏ ମହୀରେ ଆଜ ହେବ ରାମ ରାଜ୍ୟ
ପ୍ରଭୁ ହୃଦେ କର ବାସ ,
ବିଭିନ୍ନରେ ଏକ ହେବେ ସର୍ବେ ଲୋକ
ହିଂସା ଦ୍ଵେଷ ହେବ ଶେଷ ।