STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

ପ୍ରଭୁ ହେ

ପ୍ରଭୁ ହେ

1 min
134

ପ୍ରଭୁ ହେ....

ନୁହେଁ ମୁଁ ଦାସିଆ ବାଉରୀ ପ୍ରଭୁ!

ନଡ଼ିଆ ମୋ ହାତୁ ନେବ ତୁମେ କାହିଁ....

ନୁହେଁ ମୁଁ ଭକ୍ତ ବଳରାମ ଦାଶ

ବାଲିରଥେ ତୁମେ ବିରାଜିବ ଯାଇ....

ଭକ୍ତ ସାଲବେଗ ନୁହଁଇ ଯେ ମୁହିଁ 

ତୁମ ରଥ କିବା ଅଟକିବ ମୋ ପାଇଁ?


ଛାର ମଣିଷଟିଏ ଅଟଇ ଯେ ମୁହିଁ 

ତୁମେ ତ ବୋଲାଅ ଜଗତ ସାଇଁ....

ରଥରେ ବସି ମାଉସୀ ମା' ଘର ବୁଲି 

ନବ ଦିନ ଯାତ୍ରା ଲୀଳା ଖେଳା କରି

ମନ୍ଦିରକୁ ତୁମେ ଗଲ ବାହୁଡ଼ି

ଥରୁଟିଏ ପ୍ରଭୁ ଏଇ ଅଧମ ପାଇଁ

ଶ୍ରୀକ୍ଷେତ୍ରକୁ ଡୋରି ଲଗାଇଲ ନାହିଁ।


ତୁମ ପାଇଁ ପ୍ରଭୁ ବାଡ଼ି ତୁଳସୀକୁ

ବାଛି ବାଛି ତୋଳି ରଖିଥିଲି ସଜାଇ

ଦୟଣା ମାଳରେ ଶରଧା ତୁମର

ମଲ୍ଲୀ ମାଳ ଗୁନ୍ଥି ଯତନେ ଥୋଇ

ମନ ମୋର ପ୍ରଭୁ ହୁଏ ହାଇଁପାଇଁ

ଥରୁଟିଏ ରଥରେ ତୁମକୁ ଦେଖିବା ପାଇଁ,

ତୁମକୁ ଦେଖିବା ପାଇଁ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍