STORYMIRROR

Asish Behera

Others Children

3  

Asish Behera

Others Children

ପ୍ରଭୁ ଗଜାନନ

ପ୍ରଭୁ ଗଜାନନ

1 min
68

ଏକ ଦନ୍ତ ଦୟାବନ୍ତ ଚତୁର୍ଭୁଜ ଧାରୀ

ତୁମ୍ଭ କୃପା ବଳେ ମୂର୍ଖ ହୁଏ ମହା ଜ୍ଞାନୀ


ଆହେ ପ୍ରଭୁ ଗଜାନନ ବିଘ୍ନ ବିନାଶନ

ପ୍ରଥମ ପୂଜ୍ୟ ପ୍ରଭୁ ପାର୍ବତୀ ନନ୍ଦନ।


ଧୀରେ ଚାଲ ଲମ୍ବୋଦର ମୁଷକେ ସଵାରୀ  

ଦୁଃଖ ହର ଆହେ ପ୍ରଭୁ ହେ ମୋଦକ ଧାରୀ


ନମୋ ନମୋ ଗଣପତି ଜ୍ଞାନର ଈଶ୍ୱର

କୃପା ସିନ୍ଧୁ କୃପାକର ହେ ଦୟା ସାଗର 


ଅଗ୍ରପୂଜ୍ୟ ଗଜାନନ ଆହେ ସ୍ନେହ ମୂର୍ତ୍ତି

ଷଡାନନ ଆହେ ପ୍ରଭୁ ରିଧିସିଦ୍ଧି ପତି


ବିଘ୍ନ ନାଶନ ପ୍ରଭୁହେ ବିଦ୍ୟା ବୁଦ୍ଧି ଦାତା

ତୁମ୍ଭ କୃପା ବେଳେ ପ୍ରଭୁ ଲେଖୁଛି କବିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍