STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପ୍ରଭୁ ଚିନ୍ତା ଏବେ ମୋହି

ପ୍ରଭୁ ଚିନ୍ତା ଏବେ ମୋହି

1 min
4.5K


ଲଭୁଅଛି ସିନା ଯଶ ଗଉରବ

ପଦ ପଦବୀରେ ଥାଇ

ଧନ ମାନ ଟାଣ ହେଲାଣି ଯେ କ୍ଷିଣ

ପ୍ରଭୁ ଚିନ୍ତା ଏବେ ମୋହି


କେତେ କଳପନା କରୁଥାଏ ବସି

ସଂସାର ହେବକି ବସ

ମାୟାର ମୋହରେ ମନ ସିନା ମୋହେ

ନିମିଷକେ ହୁଏ ଶେଷ


ଗଢିବାଟା ଏକ ବାଲିଘର ପରି

ଖେଳପରି ଲାଗେ ଏବେ

ତୁମପରେ ରୋଷ କଲେକି ହୋଇବ

ଅଜ୍ଞାନେ ଅନ୍ଧାରେ ଯେବେ


ଆଲୋକେ ଅନ୍ଧାର ଜାଣି ମୁଁ ପାରୁଛି

ଅଭିଶାପ ନୁହେଁ କୃପା

ଯାତନା କଷଣେ ତୁମେ ଏକା ମୋର

ତୁମେହିଁ ମୋହର ଚିନ୍ତା


ତୁମ କୃପା ରେଣୁ ସୁଧା ଧାର ପରି

ନୁହେଁ ସେ ପାଣିର ଗାର

ନୁହେଁ ସେ ଅସ୍ଥିର ସାଗର ଜୁଆର

ଅବା ହୀନ ଜନ ଗିର


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍