STORYMIRROR

Ashutosh Meher

Others

2  

Ashutosh Meher

Others

ପ୍ରଭାତ ଗୀତି

ପ୍ରଭାତ ଗୀତି

1 min
13.6K


  ।। ପ୍ରଭାତ ଗୀତି ।।

     ଆଶୁତୋଷ  ମେହେର

ସୂରୁଜ ଉଠିଲେ ଦୂର ଆକାଶରେ

ସୁନେଲି କିରଣ ଝଟକଇ ଚଉଦିଗେ;

କୋଣ ଅଣୁକୋଣେ ପ୍ରଭୂଙ୍କ ମହିମା

ଭରି ରହିଅଛି,

ସବୁ ବଂଧୁ ପାଇଁ

        ତାଙ୍କଠି ଆଶୀଷ ମାଗେ ।୧।

 

ସକାଳ ସୁନେଲି କିରଣ ଝଟକେ

          ଆକାଶ ଦିଶେ ସୁନ୍ଦର,

ତଳେ ଗଛଲତା

ପବନେ ଝୁଲନ୍ତି

ଗଢିଛି କିଏ ସେ, ଅଜଣା କାରିଗର !!

ତାହାରି ଆଦେଶେ

ଆତଯାତ ସବୁ,

ବିନ୍ଦୁଠାରୁ ସିନ୍ଧୁ

କ୍ଷମତା କାହାର ଅଛି 

          ତାହାଙ୍କୁ ପରଖିବାର ।୨।

 

       *****ସମାପ୍ତ****


Rate this content
Log in