STORYMIRROR

Ashutosh Meher

Others

3  

Ashutosh Meher

Others

ପ୍ରଭାତ ଗୀତି (୩)

ପ୍ରଭାତ ଗୀତି (୩)

1 min
13.5K


ପ୍ରଭାତ  ଗୀତି (୩)

ଆଶୁତୋଷ  ମେହେର

।। ଏକ ।।

ସକାଳ ସୂରୁଯ ଗଲେଣି ଉଠି

ଆଲୁଅରେ ହସେ ଏ ଧରା ମାଟି,

ଗଛ ଘାସ ଲତା ସୃଷ୍ଟି ସରଜନା

ପ୍ରଭୁକୃପା ବଳେ ନୁହେଁ ଆନମନା ।।

।। ଦୁଇ ।।

ନୀଳ ଆକାଶର ଘନନୀଳିମା

ତଳେ ପ୍ରକୃତିର ଗାଢ଼ ସବୁଜିମା ।।

କିଏସେ ଗଢ଼ିଛି ଏତେ ସୁନ୍ଦରେ

ଧରା ପରେ ଭରା ଗଛଲତାରେ ।।

ତା ଗୁଣ ମହିମା ପ୍ରଭୁପୟରେ

ସରାଗେ ନମିବା ଯୋଡ଼ହାତରେ ।।

**ସମାପ୍ତ**


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍