ପରବାସୀଆ
ପରବାସୀଆ
1 min
388
ଆକାଶ, ପୃଥିବୀ ,ପାଣି ଓ ପବନ
ଡାକୁଛନ୍ତି
ଖୋଜୁଛନ୍ତି
ଫେରିଆ ରେ ତୁ ପରବାସୀଆ ।
ରକତ
ବନ୍ଧନ
ସମ୍ପର୍କ
ଆକୁଳେ ଡାକୁଛନ୍ତି
ଫେରି ଆ ରେ ତୁ ପରବାସୀଆ ।
ଗଲୁ ଯେ ଗଲୁ
ଆଉ ନ ଫେରିଲୁ
ଆଗକୁ ଚାହିଁଲୁ
ପଛ ଭୁଲିଗଲୁ
ତୋତେ କିଏ କଲା କିମିଆଁ
ଫେରି ଆ ରେ ତୁ ପରବାସୀଆ ।
ମା ହୃଦୟ ଫାଟିକି ଆଁ
ସ୍ତ୍ରୀ ହୃଦୟେ ଜଳଇ ନିଆଁ
ବୁଢା ବାପକୁ କେ ହେବ ସାହା
ଝିଅ ଖୋଜୁଛି ବାପର ନାଁ
କାନ୍ଦୁଛି ଅଞ୍ଚଳ
କାନ୍ଦୁଛି ତୋ ମାଟି ମାଆ
କାନ୍ଦୁଛି ଜନମ ଥାନ ଗାଁ
ଫେରି ଆ ରେ ତୁ ପରବାସୀଆ ।
