ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
1 min
189
ଚୈତନ୍ୟ କହେ ମନ ଶୁଣ
ତତେ କହୁୁଛି ବୁଝାଇଣ।
ପାପ ପୁଣ୍ୟ ଏ ବେନି ଭ୍ରାତ
ମାନବ ହୃଦୟୁ ସମ୍ଭୂତ।
ପାପ କଲେଟିି ମୃତ୍ୟୁ ହୋଇ
ଅନ୍ତେ ଶମନ ପୁର ଯାଇ।
ସହଇ ଘୋର ଦୁଃଖ ରାଶି
ଅପାର ଚିନ୍ତା ଜଳେ ଭାସି।
ସଂସାରେ ପୁଣ୍ୟବନ୍ତ ଜନ
ଭୁଞ୍ଜନ୍ତି ପୁଣ୍ୟଫଳ ମାନ।
ପାତକ ଠାରୁ ପୁଣ୍ୟ ଭଲ
ପ୍ରାଣୀଙ୍କ ହିତରେ ମଙ୍ଗଳ।
ଏ ଜାାଣି କୃତବିଦ୍ୟ ଜନେ
ତତ୍ପର ଥାନ୍ତି ପୁୁଣ୍ୟାର୍ଜନେ।
ଏହେତୁ ପୁଣ୍ୟପଥ ଧର
ଅମାର୍ଗ ପରିହାର କର।
ଅମାର୍ଗ ଅତି ଦୁଷ୍ଟପଣ
ନରକଗତିର କାରଣ।
ପାପରୁ ମୁକତୀ ହେବାର
ପ୍ରାୟଶ୍ଚିତ ଟି ମାତ୍ର ସାର।
ଦାନଧର୍ମ ଯେ ନିତ୍ୟ କରି
ମୁକ୍ତି ଲଭନ୍ତି ନରନାରୀ।
