ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
1 min
145
କର୍ମଫଳେ ନାହିଁ ଆମ ଅଧିକାର
ମୁକ୍ତି ମାର୍ଗ ପ୍ରଦର୍ଶକ |
ପ୍ରାୟଶ୍ଚିତ କର୍ମ ଶାନ୍ତି ପ୍ରଦାୟକ
ଗର୍ବର ଗତିରୋଧକ |୧|
ଜ୍ଞାନର ପ୍ରକାଶେ କୁକର୍ମ ଦର୍ଶନ
ହୁଏ ଦୂର ଅଜ୍ଞାନତା |
ପ୍ରାୟଶ୍ଚିତ କରି ମୁକୁଳିତ ହୁଏ
କରି ଶୁଭ ଅନୁଚିନ୍ତା |୨|
କୈକେୟୀ ଅନ୍ୟାୟେ ପ୍ରଭୁ ରାମଚନ୍ଦ୍ର
କରିଥିଲେ ବନବାସ |
ପୁତ୍ର ଭରତର ପ୍ରାୟଶ୍ଚିତ କର୍ମେ
ଧନ୍ୟ ସେଇ ପିତାମାତ |୩|
ମାୟାର ସଂସାରେ ମୋହଗ୍ରସ୍ତ ହୋଇ
ଅଭିଶପ୍ତ କର୍ମେ ରତ |
ପ୍ରାୟଶ୍ଚିତ କର୍ମେ ଜୀବର ହୃଦୟ
ହୁଏ ନିର୍ମଳ ଆଉ ପବିତ୍ର |୪|
ଅଟେ ମହାଧର୍ମ ପ୍ରାୟଶ୍ଚିତ କର୍ମ
ଗୁରୁ ଦେଇଗଲେ ଜ୍ଞାନ |
ଅଙ୍ଗୁଳି ପ୍ରଦାନେ ଏକଲବ୍ୟ ପରା
ଜୀବନ କଲା ତା ଧନ୍ୟ ||୫|
