STORYMIRROR

Panchanan Jena

Children Stories

4  

Panchanan Jena

Children Stories

ପ୍ରାତଃଭ୍ରମଣ

ପ୍ରାତଃଭ୍ରମଣ

1 min
4


ସକାଳୁ ବୁଲିବା ବଡହିତ

ସକାଳୁ ଚାଲିବା ସ୍ୱାସ୍ଥ୍ୟମିତ


ଆଜି ସକାଳୁ ପ୍ରାତଃଭ୍ରମଣ ବେଳେ

ଚର୍ମଚକ୍ଷୁ ମୋର ଦେଖିନେଲା ହେଳେ


କଅଁଳ କମନୀୟ ଦୁର୍ବାଦଳ ଚୂଳ

ତୁହିନ ଠୋପାରେ ଢଳଢଳ ଛଳଛଳ ଲାଗୁଥାଏ

ବସନ୍ତ ଆଗମନେ ହସନ୍ତ ହୀରାଫଳ


ଜେଜେବାପା ବଙ୍କୁଳି ବାଡି ଦେଖେଇ

କହୁଛନ୍ତି ନାତି-ନାତୁଣୀକୁ ଶିଖେଇ

କାକର ଶିଶିର କୁହୁକ ଟୋପା

ଛୋଟ ଦୁର୍ବାଦଳ ମସ୍ତକେ ଛପା

ତପନ ରେଣୁରେ ପ୍ରେମ ଲୁଚକାଳି

କନକ ବୁଣୁଛି ପ୍ରତିଫଳନ କେଳି


ଆମ୍ବ ବଉଳରେ ମାନୁଛି ତରୁ ରସାଳ

ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧି ସୁନ୍ଦରୀ ଶୁଶୀଳ

ସାଗୁଆ କଷରିଆ ପତ୍ର-ସାଢୀ ଶ୍ରୀଅଙ୍ଗେ

ଚଗଲା ପବନ ବି କୁତୁକୁତୁ କରୁଛି ଉମଙ୍ଗେ

ଖୁସିରେ ଡେଉଁଛି ନାଚୁଛି କୋଇଲି ଗାଉଛି ଗୀତ .

ମୋ ବଉଳ ନାନୀର ବାହାଘର ଦେଖିବ ମୀତ


ବରଷକେ ଥରେ ପେନ୍ଥା ପେନ୍ଥା ବଉଳ

ଯୌବନ ଗନ୍‌ଧେ ମହକେ ଆମ୍ବଗଛ ସହଳ

ଗର୍ଭବତୀ ପୁଷ୍ପବତୀ ସୁକୁମାରୀ କୁଆଁରୀ

ମଧୁମାସେ ସ୍ଵାଦ ଖାଇବ କନକ ସୁନ୍ଦରୀ


ନୀଳ ଗଗନରେ ଦେଖ ତରୁଣର ଦିପ୍ତି

ଚାଲ ଛୁଆମାନେ ଘରକୁ ଫେରିବା 

କରନାହିଁ ଅଯଥାରେ ମସ୍ତି ଆଉ କୁସ୍ତି ।।


Rate this content
Log in