STORYMIRROR

Priyabrata Mohanty

Children Stories Tragedy Inspirational

3  

Priyabrata Mohanty

Children Stories Tragedy Inspirational

ପ୍ରାଣର ମୂଲ୍ୟ

ପ୍ରାଣର ମୂଲ୍ୟ

1 min
187

ବନ୍ୟା ବାତ୍ୟା    ସମୟରେ

କିଏ ହେଉ ଥିବ ସାଥି,

କିଏ ଦେବ     ଜାଗା ଟିକେ,

କାଟିବାକୁ କାଳ ରାତି ।୧।


ପାଉ ନାହିଁ    ନୀଡ଼ ତାର

ବିକଳେ ଖୁଜେ ବିହଙ୍ଗ,

ବତାସରେ    ବହୁ ପକ୍ଷୀ

ହାରିଛନ୍ତି ନିଜ ସାଙ୍ଗ ।୨।


ଅଣ୍ଡା ଆଉ    ନାହିଁ ତାର

ନାହିଁ ବି ସାବତ ଚିଆଁ,

କଇଁ କଇଁ     କାନ୍ଦୁ ଥାଏ

ହୃଦୟେ ଜଳୁଛି ନିଆଁ ।୩।


ନାହିଁ ବାସ    ନାହିଁ ଖାଦ୍ୟ

କ୍ଷତ ବିକ୍ଷତ ଶରୀର,

ଆପଣାର    ଶବ ଦେଖି

ମନ ହୁଏ ତା ଅଧିର ।୪।


ବରଷାରେ    ତିନ୍ତି ହୁଏ

ଭାଗ୍ୟକୁ ଆଦରି ନିତି,

ଥରେ କେବେ    ଭାବିଚ କି

ରହୁଥିବ ସେ କେମିତି ।୫।


ମୂଲ୍ୟହୀନ    ପ୍ରାଣ ତାର

ନାହିଁ କାହାରି ନଜର,

ପଶୁପକ୍ଷୀ    ଭାବି ସଭି

କରନ୍ତି ନାହିଁ ଆଦର ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍