ପ୍ରାକୃତିକ ସୌନ୍ଦର୍ଯ୍ୟ
ପ୍ରାକୃତିକ ସୌନ୍ଦର୍ଯ୍ୟ
1 min
254
ମଧୁସୂଦନ ସେତୁ ନିକଟ
ଅତି ପୁରୁଣା ସେଇ ବଟବୃକ୍ଷ
ପକ୍ଷୀ ମାନଙ୍କର
କିଚିରି ମିଚିରି ଗୀତ !
ସେଇ ବିରୂପା ନଦୀର ତୁଠ
ମା କନକ ଦୁର୍ଗାଙ୍କ ପୀଠ
ସଂନ୍ଧ୍ୟା ଆଳତୀର ଦୃଶ୍ୟପଟ !!
ବାଜୁଥିବା ଘଣ୍ଟ ଘଣ୍ଟାର ଶବ୍ଦ
ନଦୀ ଜଳର କୂଳୁ କୂଳୁ ନାଦ !
ଅତି ମନୋରମ ସେଇ
ନଦୀପଠା କାଶତଣ୍ଡୀ ଫୁଲର
ପ୍ରାକୃତିକ ସୌନ୍ଦର୍ଯ୍ୟ
ପ୍ରାକୃତିକ ସୌନ୍ଦର୍ଯ୍ୟ..!!
