ପ୍ରାବୃଟ
ପ୍ରାବୃଟ
ପ୍ରାବୃଟ ଆଗମେ ନବ ଜଳଧର
ବ୍ୟୋମେ ଜଟା ବ୍ୟୋମକେଶ
ରୂପେ,ଅବା କେତେ ଚିତ୍ରେ ବିମଣ୍ଡିତ
ସମାନ ଦିଶେ ଆକାଶ ।।
ଦଳିତ ଅଞ୍ଜନ କାନ୍ତି କଳାଘନ
ଶୂନ୍ୟ ସୁ-ନୀଳ ନଭେ
ନିଦାଘ ବାଘକୁ ନିସ୍ତେଜ କଲାଣି
ଲୁଚେସେ ପ୍ରକୃତି ଗର୍ଭେ ।।
ରବିକର ଖର ପ୍ରଖର ସ୍ରୋତକୁ
ପ୍ରତିହତ କଲା ମୈ।ଷୁମୀ
କଳାମେଘି ଝୀନ ପଣତ ଉହାଡେ
ଖେଳେ ବାଳା ସୈାଦାମିନୀ ।।
•
ଝିପି ଝିପି ଝର ସଲିଳ, ଭୂଧର
ଉତ୍ତପ୍ତ କୁ ପ୍ରସମିତ
କଲା, ଶୀତ ସିକ୍ତ ପ୍ରକୃତି ପ୍ରଦାହ
ଜ୍ଵଳାରୁ ହେଲା ଉସତ ।।
ଧୂସର ବରଣ ଦୁର୍ବାଦଳ ହୀନ
କଂକାଳ ଦେହଟା ତାର
ବଦଳି ଗଲାଣି ,ପ୍ରସୂନ ସମ୍ଭାର
ପଲ୍ଲବୀତ ମହୀଧର ।।
ନବ-ଦୁର୍ବାଦଳ ମଣ୍ଡିତ ଧରଣୀ
ନୀଳପରୀ ପରକାର
ସୁନ୍ଦର ଭୂଧର ପ୍ରକୃତି ଶୋଭାରେ
ଲୋଭେଇଲେ ଦେବକୁଳ ।।
ସୁ-ଜଳା,ସୁ-ଫଳା, ଶଶ୍ୟ,ଶ୍ୟାମଳା
କୃଷକ ର କୃଷି କ୍ଷେତ୍ର
ନଦ,ନଦୀ,ଝର ପୂର୍ଣ୍ଣଗର୍ଭା କୂଳ
ଲଂଘେ,ଧରା କର୍ଦ୍ଦମାକ୍ତ ।।
ଆଶା ଭରସାର ଉତ୍ସ ସକଳ
ପ୍ରାଣୀ ଜଗତର ହିତ
ସାଧନେ ବର୍ଷା କାଳ ଏ ମହୀରେ
ଋତୁଚକ୍ରେ ଉପଗତ ।।
ଏବେଳେ ଜଗତ ପତି ଚଢିରଥ
ଘୋଷଯାତ୍ରା ଶ୍ରୀକ୍ଷେତ୍ରରେ
କରନ୍ତି ସାଆନ୍ତେ, ରିମି ଝିମି ତାଳେ
ବରଷା ବଂଶୋରୀ ବାଏ ।।
ଘାସ ଗାଲିଚାରେ ସାଧବ ବୋହୁ ତା
ମଖମଲୀ ପାଟ ଓଢଣୀ-
ଟାଣି,ଧୀରେ ଚାଲେ ମୟୂର ନାଚୁଛି ,
ହସଇ ଉଲ୍ଲାସେ ଧରଣୀ ।।
