ପର କଲମ ମୁଁ
ପର କଲମ ମୁଁ
1 min
362
ଉପର ଭାଇ ମୁଁ ଝର କଲମର ଭୁଲିଲ କି ମୋ ରାଜୁତି?
ନ ପିଇ ନାଲିଆ, ନେଳିଆ ସ୍ୟାହିରେ ବୁଡ଼ ମାରୁଥିଲି ନିତି I
ଦୁଆତଟା ଥିଲା ମୋର ସହଚର କାଗଜ ଉପରେ ଲେଖି
କଥା ଉପକଥା ଦେଇଥିଲି ଭେଟି ଯାହା ତୁମ ମନଲାଖି I
ଆଜି ହୋଇଗଲି ସାତପର କିଆଁ? ସତେକି ଦେଲ ପାଶୋରି
କଲମରେ ନିବ୍ ଲାଗିବା ଆଗରୁ ତା ' ଜାଗା ଥିଲି ଆବୋରି I
