STORYMIRROR

SUKANTA KHANDA

Others

3  

SUKANTA KHANDA

Others

ପୋଥି ପୁରାଣ

ପୋଥି ପୁରାଣ

1 min
217


ପୋଥି ପୁରାଣରେ ପୋଥି ପୁରାଣ

ଭାରତ ବାସୀଙ୍କୁ କରିଛ ଧନ୍ଯ।


ନୀତି ନିୟମରେ ଦେଇଛ ବାନ୍ଧି

ଶୃଙ୍ଖଳିତ ପାଇଁ ନ କରି ଫନ୍ଦି।


ଜନମ ଠାରୁ ତୁ ମରଣ ଯାଏ

ବଞ୍ଚିବାର ରାହା ଶିଖାଇ ଥାଏ।


ପୁରାଣ ପୋଥିକୁ ପଢି଼ ଯେ'ଲୋକ

କରମ କରନ୍ତି ନ ପାଏ ଶୋକ।


ପୋଥି ପୁରାଣକୁ ଜାଣିବା କଷ୍ଟ

ଯେଉଁଠାରେ ବିଦ୍ଯମାନ ହିଁ ଈଷ୍ଟ।


ଭାରତୀୟ ପୋଥି ବିଶ୍ବରେ ଶ୍ରେଷ୍ଠ

ସାଇତି ଅଛନ୍ତି ଯେତେକ ମଠ।


ମଠେ ଆଲୋଚନା ଧରମ ଶାସ୍ତ୍ର

ସନ୍ଥ ଆଉ ଗୃହୀ ହୁଅନ୍ତି ମିତ୍ର।


ନିଜର କଲ୍ଯାଣ ଏହି ସାହିତ୍ଯ

ପୁରାଣ ପୋଥି ହିଁ ଜଗତେ ହିତ।


ଏହା ମନୁଷ୍ଯର ପ୍ରାଣ ନିଦାନ

ତାର ପାଖେ ସଦା ରଖିଲେ ମନ।


ଶୃଙ୍ଖଳିତ ଚିନ୍ତା ତେତନା ଧରି

ଭବ ସାଗରରୁ ହେବାରେ ପାରି।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍