ପଞ୍ଚୁକ
ପଞ୍ଚୁକ
1 min
369
ପଞ୍ଚ ମୂରୁଜରେ ବୋଳି ହୋଇ ଆସେ
ଧରାବତରଣ ଦୃଶ୍ୟ
ସତେକି ସ୍ୱପ୍ନର ଝୁଲଣା ଓହ୍ଲାଏ
ଏକାଦଶୀରୁ ପୂର୍ଣ୍ଣିମା
ଶେଷ ପାଞ୍ଚ କାର୍ତ୍ତିକରେ
ହବିସାନ୍ନର ସମାରୋହ
ଖୋଳ ମୃଦଙ୍ଗର ତାଳେ ତାଳେ
ଗାଁ ତାଳଦାଣ୍ଡିରୁ ଠାକୁରାଣୀ ଚଉତରା
ଧବଳ ଗୌରୀକ ବସନ
ଧୂପଦୀପର ମହମହ ବାସ୍ନା
ଯେମିତି ବର୍ଷୁଛି ,
ସ୍ୱର୍ଗର ଭୂବନ ମୋହିନୀ ବେଶ
ବେଶ୍ ନଦୀରୁ ପର୍ବତ
କାକ ବକ ବି ଆଣନ୍ତି ସଂଜମତା
ଆହାର ବିହାରେ
ଲାଲ୍ ଟୁକୁଟୁକୁ ସାଧବବୋହୁ ,
ଅବିକଳ ଧୂଳି ଖେଳୁଥାଏ
ଶୀତର ସତରଞ୍ଜି ଖୋଡେଇ
ଉଠୁଥାଏ ଧରା
କି ଅଭିଆଡି କି ଭୁଆଶୁଣି
ସରସର ଲୁଗା ପିନ୍ଧି ଓଦା
ପାଦଚିପି ଚାଲନ୍ତି ତୁଠରୁ ,
ପାଳିବେ ପଞ୍ଚୁକ
ବୁଣିବେ ମୂରୁଜ
କେତେ କଳା ଚାତୁରିରେ
ଉଠିବ ଆକାଶ ଦୀପ ,
ମଥାନ ଉପରୁ ଜଳୁଥିବ ଦିକିଦିକ୍
ଚଉଁରା ମୂଳରେ
ସୃଷ୍ଟିର ଫଳନ୍ତି ମାସଟା ,
ଏମିତି ପାରିହେଉଥିବ ପଞ୍ଚୁକ ପିଠିରେ
