STORYMIRROR

Bijay Prusty

Others

3  

Bijay Prusty

Others

ପଞ୍ଚୁକ

ପଞ୍ଚୁକ

1 min
290


କଦମ୍ବ ମୂଳରେ ବଂଶୀସ୍ୱନ ଶୁଣି

ରାଧା ହେଉଥିଲେ ବାଇ

ଜଗତ କଲ୍ୟାଣ କରନ୍ତି ଶ୍ରୀରାଧା

ପ୍ରଭୂଙ୍କ ହୃଦୟେ ରହି ।

ପ୍ରକୃତି ପୁରୁଷ ଶ୍ରୀରାଧା ଶ୍ରୀକୃଷ୍ଣ

ଅଁଳା ନବମୀ ତିଥି

ଶ୍ରୀରାଧାଙ୍କ ପାଦ ଦର୍ଶନ କରିଲେ

ପାପ ତାପୁ ମିଳେ ମୁକ୍ତି ।

ପଞ୍ଚୁକେ ସକାଳୁ ସ୍ନାନ କର୍ମ ସାରି

ମୁରୁଜରେ ଦେଇ ଝୋଟି

ବୃନ୍ଦାବତୀ ପାଖେ ପୂଜା ଅରପିଲେ

ପୂଣ୍ୟଫଳ ହୁଏ ପ୍ରାପ୍ତି ।

ରାଧା ଦାମୋଦର ପୁଜିଲେ ପଞ୍ଚୁକେ

ଧର୍ମ ହୁଏ ଅରଜନ

ପୂର୍ଣ୍ଣିମା ସକାଳୁ ବୋଇତ ଭସାଇ

ବ୍ରତ ହୁଏ ସମାପନ ।

ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଲା

ଶୁଦ୍ଧ ପୂତ ମନେ ଯାଇ

ଜଗତ ଜନଙ୍କ ଶୁଭ ମନାସିବା

ରାଧା ଦାମୋଦର ଗାଇ ।

      


Rate this content
Log in