STORYMIRROR

Debadatta Jena

Others

3  

Debadatta Jena

Others

ପଞ୍ଚମ ତାନ..

ପଞ୍ଚମ ତାନ..

1 min
231


କିଏ କହେ ତା'ର ରାଗ ଯେ ପଞ୍ଚମ, 

ମୋ ପାଇଁ ପଞ୍ଚମ ରାଗ, 

କିଏ କହେ ତା'ର ସୁରରେ କୁହୁକ, 

ମୋ ପାଇଁ ସପ୍ତମ ସ୍ୱର, 


କିଏ କହେ ତା'ର ରାଗରେ ସପ୍ତକ, 

ମୋ ପାଇଁ ଅଷ୍ଟମ ରାଗ, 

କିଏ କହେ ସୁରେ ମଧୁର ଝଙ୍କାର, 

ମୋ'ପାଇଁ ମେଘ,ମହ୍ଲାର, 

ବସନ୍ତେ ବାସନ୍ତୀ,ମଳୟେ ମହକ, 

କେଦାର,ଧୈବତ,ଗାନ୍ଧାର..!


କଥାରେ କୁହୁକ କୋମଳ ଆନନ୍ଦ, 

ତାନ,ପୁନ୍ନାଗ,ମଧୁ ମଙ୍ଗଳ, 

ରାଗ ସରାଗରେ ଆଶାବରୀ ଭାବ, 

ଲଳିତ,ମଞ୍ଜୁଳ,ମିଶ୍ର ରାଗ, 

ତା' ଗୁମାନ ମାଳଶ୍ରୀ, ମଧୁ ମଞ୍ଜରୀ 

ପୁଣି ଆହରି ଓ ମୁଖାବରୀ, 

ମୂର୍ଚ୍ଛନା କଲ୍ୟାଣ, ବସନ୍ତ ଭୈରବୀ, 

ରସ କାମୋଦୀ,ଚକ୍ର କେଳି, 

ଅବନ୍ତୀ,ପାଞ୍ଚାଳୀ,ଗୌଡୀ,ହିନ୍ଦୁସ୍ତାନୀ,

କର୍ଣ୍ଣାଟକୀ,ନବ ଗୁଜ୍ଜରୀ..!


ଯା'ର ବିରାଗରେ ରସ କୌମୁଦୀ,

ସ୍ୱରରେ ତ୍ରିସ୍ୱରୀ,ଚତୁଃସ୍ୱରୀ ପୁଣି, 

ପଞ୍ଚ ସ୍ୱରୀ,ଉଡ୍ର ମାଗଧୀ..!


ଲଳିତ, ଲାବଣ୍ୟ, ଅପୂର୍ବ, ଗୁଞ୍ଜନ 

ରାଜ ହଂସୀ,ରସ ମଞ୍ଜରୀ, 

ସ୍ୱରରେ ଛନ୍ଦରେ ପଞ୍ଚମ ତାନରେ 

ମଧୁ ମଞ୍ଜରୀ,ରସ ରଂଗୀନି..! 

























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍