STORYMIRROR

Ashis Kumar Swain

Others

3  

Ashis Kumar Swain

Others

ପଞ୍ଚକ

ପଞ୍ଚକ

1 min
159

ବାରମାସ ମଧ୍ୟେ କାର୍ତ୍ତିକ ମାସ ଶ୍ରେଷ୍ଠ ଅଟଇ,

ଶ୍ରେଷ୍ଠ ଧର୍ମ ମାସ ପୁରାଣ ମତବ୍ୟକ୍ତ କରଇ ।

ଶେଷ ପାଞ୍ଚ ଦିନ ଗୁରୁତ୍ୱପୂର୍ଣ୍ଣ ଦିନ ଅଟଇ,

ଭୀଷ୍ମ ପଞ୍ଚକ ନାମରେ ନାମିତ ହୋଇଛି ଭାଇ ।

କାୟ ମନ ବାକ୍ୟ ଏକ କରି ପୂଜାର୍ଚ୍ଚନା କଲେ ,

ଧର୍ମ ଅର୍ଥ କାମ ମୋକ୍ଷ ନିଶ୍ଚିତ ମିଳଇ ଭଲେ ।

ପୂର୍ଣ୍ଣିମାରେ ପୂଣ୍ୟ ଅରଜିବା ନଉକା ଭସାଇ ,

ଜଗା ଙ୍କୁ ଦେଖି ବ୍ରତ ସମାପନ ବିଧି ଅଟଇ ।

କର୍ମମୟ ଜଞ୍ଜାଳରୁ ମୁକତି ପାଇବା ପାଇଁ ,

ଧର୍ମ ପରମ୍ପରା ବିଧି ଗଢ଼ିଛନ୍ତି ଶ୍ରୀ ଚକା ସାଇଁ ।


Rate this content
Log in