STORYMIRROR

PRABHAS KUMAR MOHAPATRA

Others

3  

PRABHAS KUMAR MOHAPATRA

Others

ପଞ୍ଚକ

ପଞ୍ଚକ

1 min
330

ଉତ୍କଳ ସଂସ୍କୃତି ,ପରମ୍ପରା କୀର୍ତ୍ତି

ଓଡିଶାର ଜାନି ଯାତ୍ରା l

ଉତ୍କଳୀୟ ଧର୍ମ,ନାହିଁ କେହି ସମ

ଅଛି ଯେତେ ଜାନି ଯାତ୍ରା ll୧

ସବୁଠୁ ନିଆରା , ପଞ୍ଚକ ଯେ ପରା

ପାଞ୍ଚଦିନ ସିଏ ପରା l

ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣିମା ବେସୀ

ପାଳନ୍ତି ପଞ୍ଚକ ପରା ll୨

ପଞ୍ଚକ ନାମରେ, ଜାଣନ୍ତି ଯେତିକି

ଜାଣନ୍ତି ଭୀଷ୍ମ ପଞ୍ଚକ l

ମହା ପଞ୍ଚକ ,ନାମଟି ତାହାର

ନା ବିଷ୍ଣୁ, ବକ ପଞ୍ଚକ ll୩

ଓଡ଼ିଆ ଘରର ବୃଦ୍ଧାରୁ ଯୁବତୀ

ପାଳନ୍ତି ନିଷ୍ଠାରେ ସଦା l

ହବିଷିଆଳୀ ଯେ, ପ୍ରାତ ସାନ୍ନ ସାରି

ପୂଜଇ ଜଗାକୁ ସଦା ll୪

ଅନ୍ତିମ ଦିବସେ, ଓଡ଼ିଆଣୀ ତଟେ

ନାଆ କୁ ଦିଏ ଯେ ବାହି l

ଆକା ମାଆ ଵୋଇ,ପାନ ଗୁଆ ଥୋଇ

ଦିଏ ହୁଳହୁଳି ସେହି ll୫

ସାଧବ ପୁଅର, ବଣିଜ ବେପାର

ଆଜିବି ଅଛିରେ ମନେ l

ହୀରା ନୀଳା ମୋତି, ଆଣୁଥିଲା ନୀତି

ଝୁରନ୍ତି ଉତ୍କଳ ଜନେ ll୬

ତାହାରି ସ୍ମୃତି କୁ, ମନେ ରଖିବାକୁ

ଉତ୍କଳର ନାରୀ ଭାଇ l

କାଗଜ କଠିର , ସୁନ୍ଦର ନାଆଟି

ହାତେ ସେ ଦିଏ ବନ୍ଦାଇ ll୭



Rate this content
Log in