STORYMIRROR

Ajay kumar Behera

Others

3  

Ajay kumar Behera

Others

ପଞ୍ଚକ

ପଞ୍ଚକ

1 min
382


କାର୍ତ୍ତିକମାସଟି ଅଟେ

କେଡ଼େ ଧାର୍ମିକ ମାସ

ଶାକା,ଅନ୍ନ ଭୁଞ୍ଜି କେହି

ମାସ କରନ୍ତି ଶେଷ।୧।


ପବିତ୍ର କାର୍ତ୍ତିକ ରେ

ଯିଏ ପଞ୍ଚକ କରଇ

ଶେଷ ଦଶାରେ ସିଏ

ସ୍ୱର୍ଗରେ ରୁହଇ ଯାଇ।୨।


ଏହି ପଞ୍ଚକ ଦିନ 

ବିବାହ,ବ୍ରୋତ ହୋଇଲେ

ମଙ୍ଗଳ,କୁଶଳ ତ

ସହଜେ ହୁଅଇ ଭଲେ।୩।


ପ୍ରଭୁ ଜଗନ୍ନାଥଙ୍କ

ହୁଅଇ ଯେ ପାଞ୍ଚ ବେଶ   

ଏହି ପାଞ୍ଚ ଦିନରେ

ଶୋଭନ୍ତି ନାନା ରୂପରେ।୪।


ବଡ଼ ଦାଣ୍ଡେ ହୁଏ ତ

ଭକ୍ତଙ୍କ କେତେ ଗହଳ

ଶଙ୍ଖ,ହୁଳହୁଳିରେ

ପଡ଼ଇ ସତେ ଚହଳ।୫।


ଏହି ପାଞ୍ଚ ଦିନରେ

ଦକ୍ଷିଣକୁ କଲେ ଯାତ୍ରା

ଅବଶ୍ୟ ବଢି ଥାଏ

ଅଯଥା ବିପଦ ମାତ୍ରା।୬।


ଏହି କାର୍ତ୍ତିକ ମାସ

ପଞ୍ଚକ ନାମରେ ଖ୍ୟାତ

ପଞ୍ଚକ ପୁରାଣକୁ

ପଢିଲେ ହଟଇ ପାପ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍