STORYMIRROR

Sanuja Meghamala

Others

3  

Sanuja Meghamala

Others

ପଞ୍ଚକ

ପଞ୍ଚକ

1 min
191

ଧରମ ମାସ ଯେ  କାର୍ତ୍ତିକ ଅଟଇ

  ପଞ୍ଚକ ତହିଁ ରେ ସାର  

ଭଜୁ ଥିଲେ ନିତି ରାଇ ଦାମୋଦର

  ଏ ଭବୁ ହୋଇବୁ ପାର ।


ଏ ପାଞ୍ଚ ଦିନରେ  ଶ୍ରୀ ଜୀଉ ଧରନ୍ତି

   ଭିନ୍ନ ଭିନ୍ନ ପାଞ୍ଚ ବେଶ 

ସେ ରୂପ ଦର୍ଶନେ  ମୁକତି ମିଳଇ

   ରହିଛି ମନେ ବିଶ୍ୱାସ।


 "ଲକ୍ଷ୍ମୀ ନାରାୟଣ ", "ବାଙ୍କଚୂଡ଼ା" ପ୍ରଭୁ

   " ଆଡ଼କିଆ " ମହାବାହୁ

"ଲକ୍ଷ୍ମୀ ନୃସିଂହ "ହେ "ରାଜା ରାଜେଶ୍ୱରୀ"

   ଶ୍ରୀ ଚରଣେ ଦିନ ଯାଉ।


 ପଞ୍ଚକ ଦିବସେ  ସଙ୍କୀର୍ତ୍ତନ ସ୍ୱରେ

    ଚତୁର୍ଦ୍ଦିଗ  ପ୍ରକମ୍ପିତ

ଶୋଭେ ବୃନ୍ଦାବତୀ  ଫୁଲ ମୁରୁଜରେ

     ହୋଇଣ ଯେ ସୁସଜ୍ଜିତ।


ପଞ୍ଚକ କେବଳ ପାଞ୍ଚ ଦିନ ନୁହେଁ

   ପାଞ୍ଚ ମନ ଏକ କରେ

ଭୁଲି ଭେଦ ଭାବ  ହିଂସା ଦ୍ୱେଷ ଯେତେ

  ହୃଦୟେ ପ୍ରଶାନ୍ତି ଭରେ।

  

 ଓଡ଼ିଆ ସଂସ୍କୃତି  ଓଡ଼ିଶା ଐତିହ୍ୟ

    ମହାନ ତା ପରମ୍ପରା

 ଯେତେ ପୂଜା ବିଧି  ଉତ୍ସବର ରୀତି

   ସଂସ୍କାର ର ଏକ ଧାରା ।


Rate this content
Log in