STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ପଞ୍ଚକ

ପଞ୍ଚକ

1 min
174

ମାସସାରା ହବିଷଅନ୍ନ 

ସକାଳୁଆ ସ୍ନାନ

ଦିଅଁ ଦର୍ଶନ

କାର୍ତ୍ତିକ ମାସ ଆସିଲେ

ମନେ ଭରିଯାଏ ଭକ୍ତିପ୍ରେମ ।

କେଉଁଠିଥାଏ କେଜାଣି

ପଞ୍ଚକ ପାଞ୍ଚଦିନ ଭାରି

ଲାଗେ ଅଡୁଆ 

ବାପା ବୋଉଙ୍କର ତାଗିଦ

ଘରେ ପଶିବନି ଆମିଷ ।

ଆମିଷଖିଆ ବିଲେଇ ପାଟିକୁ

କଣ ରୁଚେ କିଛି ଆହାର

ଚାହିଁ ରହିଥାଉ ଛାଡଖାଇକୁ 

ମାସକ ଧରମ ଚାଲିଯାଏ ପରା

ଛେଳି କୁକୁଡା ମାଛର ଜୀବନେ ।

ଜୀବହତ୍ୟା ମହାପାପ

ସବୁ ଜାଣିଶୁଣି କରୁ ବାରମ୍ଵାର

ପାଞ୍ଚଦିନ କି ମାସକ ସାରା 

ହେଲେ ଖାଲି ଶାକାହାରୀ

ତିଳକ ଚିତା ଚଇତନ ମାରି

ଓଷା ବ୍ରତ କଲେ ସିନାନ

ହେବନି କେବେ ଆମ ଜୀବନ ଧନ୍ଯ।

ମନେ ଯଦି ନାହିଁ ତିଳେ ଭକ୍ତିଭାବ

ପ୍ରଭେଦ ଅଟଇ ଯେବେ ସଦା 

ଉଚ୍ଚାରଣ ଆଉ ଆଚରଣ

ଜୀବଦୟା ଭାବ ନାହିଁ ଯା ହୃଦେ

କାର୍ତ୍ତିକ ମାସେ ଯେତେ ପାଳିଲେ

ପଞ୍ଚୁକ ଧର୍ମ ଦାନ ଦକ୍ଷିଣା କଲେ

ବ୍ୟର୍ଥ ସବୁ ଅଟଇ ପ୍ରହସନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍