STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ପଞ୍ଚକ

ପଞ୍ଚକ

1 min
384

                ପଞ୍ଚକ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି ,ଖୋର୍ଦ୍ଧା .

----------- --- ୬ . ୧୧ . ୨୦୧୯ --- ----------

ଏ; ଧରମ ମାସ / କାର୍ତ୍ତିକେ ହବିଷ / ଶ୍ରେଷ୍ଠ ଶେଷ ପାଞ୍ଚଦିନ 

ଭୀଷ୍ମ ପଞ୍ଚକ / ନାମେ ପୂଣ୍ୟ ବ୍ରତ / କହି କରନ୍ତି ପାଳନ ।।


ଆମିଷ ନଭକ୍ଷେ / ତ୍ୟକ୍ତ କରି ଥାଏ / ବକ ଏହିଦିନ ମାନ

ବକପଞ୍ଚକ ର / ଅଭିହିତ ତାର / ହୋଇଛି ନାମକରଣ  ।।


ଏହି ପାଞ୍ଚଦିନ / ପାଳନେ‌ ମାସକ / ବ୍ରତର ମହିମା ଫଳ

ମିଳେବୋଲି ଏହା / ଉତ୍ସାହେ ନିଷ୍ଠାରେ / ପାଳିଥାନ୍ତି ନାରୀ ନର ।।


ଏହି ପାଂଚଦିନ / ପାଞ୍ଚ ପ୍ରକାରର / ବିଶେଷ ବେଶେ ଭୂଷିତ

ହୋଇ “ରତ୍ନସିଂହା- / ସନ; ପରେ ଉଭା / ହୋଇଥାନ୍ତି ଜଗନ୍ନାଥ ।।


ବ୍ରତୀ ଏ ବ୍ରତରେ / ନିଷ୍ଠାପ ହୃଦୟେ / ସଂସାର ମଙ୍ଗଳ‌ ପାଇଁ

ସତୀ ବୃନ୍ଦାବତୀ / ମୂଳେ ନିତି ପ୍ରତି / ଦୀପଦାନ କରିଥାଇ ।।


ଆକାଶଦୀପ ଏ / ଦୀପକୁ କହନ୍ତି / ମୋକ୍ଷ ଲଭିବା ଅର୍ଥେ

ପଞ୍ଚକ ବିଧାନ / ଅତିବ ମହାନ / ପଡଇ କାର୍ତ୍ତିକ ମାସେ ।।


ପଞ୍ଚ ମୁରୁଜରେ / ବିଭିନ୍ନ ଚିତ୍ରରେ / ଚିତ୍ରିତ କରନ୍ତି ବସି

କାର୍ତ୍ତିକ ପୁରାଣ / ଅମୀୟ କଥନ / ଶୁଣନ୍ତି ହୋଇଣ ଖୁସି ।।


ଉଦ୍-ଜାପନ ହୁଏ / ରାସ ପୁନେଇଁ ରେ / ପଞ୍ଚକ ହବିଷ ବ୍ରତ

ଧରମ ମାସ ୟେ / ଲକ୍ଷ୍ମୀ ନାରାୟଣ / ପୁଜା ରେ ମିଳଇ ମୋକ୍ଷ ।।



Rate this content
Log in