STORYMIRROR

Indrabadal Mohanty

Others

4  

Indrabadal Mohanty

Others

ପଂଚୁକ ପାଞ୍ଚ ଦିନ....

ପଂଚୁକ ପାଞ୍ଚ ଦିନ....

1 min
217

ଅଜବ ଏ ପଂଚୁକ,

ଗଜବ ତାରା ପ୍ରଚାରକ।


କାର୍ତ୍ତିକ ମାସର ଶେଷ ପାଞ୍ଚ ଏ ଦିନ

ପଂଚୁକ ବୋଲାନ୍ତି ଆମ ଓଡିଶାରେ ଶୁଣ ହେ ସୁଧିଜନ।


ବୈଜ୍ଞାନିକ କାରଣ ଅଛି ଆଚ୍ଛାଦିତ,

ସମସ୍ତେ ଏଠି ଭଗବାନଙ୍କର ନାମରେ ମୋହିତ।


ଏହି ପାଞ୍ଚଦିନ ଆଇଁସ ବକ୍ଷକ ନିଷେଧ,

ପ୍ରଭୁଙ୍କ ନାମ ଧରି ସମସ୍ତେ ହୁଅନ୍ତି ମୁଗ୍ଧ।


ହବିଷ ବ୍ରତ ଏଠାରେ ହୁଅଇ ଶେଷ,

ଆଗାମୀ ଜୀବନ ସୁଖମୟ ହେବକୁ ରଖି ବିଶ୍ୱାସ।


ଓଡିଶାର ଐତିହ ଓ ଭିନ୍ନ ଏକ ପରମ୍ପରା ଏ ପାଞ୍ଚ ଦିନରେ ଜଡିତ,

ଶୁଦ୍ଧତା ଓ ନିଜସ୍ଵ ବ୍ରତ ରୂପେ ଆମ ଘରେ ଘରେ ଏହା ପରିଚିତ।


କାର୍ତ୍ତିକ ମାସର ପୂର୍ଣ୍ଣିମାରେ ପଂଚୁକର ପାଞ୍ଚ ଦିନ ପଡିଥାଏ ପୂର୍ଣ୍ଣଛେଦ,

ସମସ୍ତ ହୃଦୟରେ ଅପେକ୍ଷା ଆର ବର୍ଷକୁ ନକରି କିଛି ଭାବ ଭେଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍