STORYMIRROR

Naba Kumar Das

Others

4  

Naba Kumar Das

Others

ପଲ୍ଲୀକୁ ଫେରିଯା

ପଲ୍ଲୀକୁ ଫେରିଯା

1 min
87

ପୁର ପଲ୍ଲୀ ତୋର ଶ୍ରୀହୀନ ହେଲାଣି

ନିର୍ଝର ଯେ ମାଟି ବାସ

ମାଟିର ମୂରତୀ ଫିକା ପଡ଼ିଲାଣି

ଗ୍ରାମଦେବୀ ଡାକେ ଆସ ।


କ୍ଷେତରେ ଫଳୁନି ସୁନାର ଫସଲ

କ୍ଷେତ ଆଜି କାୟା ହୀନ

ଟାଙ୍ଗରା ଭୂଇଁରେ ବସି ବାପ ତୋର

କହୁଛି ଫେରିଆ ଧନ ।


ନୀଳ ଆକାଶ ରେ ଉଡୁନି ପତଙ୍ଗ

ପିଲା ଖେଳ ଆଉ ନାହିଁ

ପଲ୍ଲୀର ପିଲାକୁ ସହରର ରଙ୍ଗ

ମାଆକୁ ଦିଏ ଭୁଲେଇ ।


ଘନ ଘନ ବଣ ତରୁ ଲତା ମାଳ

ଆଜି ତୁ ଗଲୁଣି ଭୁଲି

କଂକ୍ରିଟ ଜଙ୍ଗଲ ଶବ୍ଦ ବିକଟାଳ

ଡାକିଛି ତୋତେ ବୁଲି ।


କେତେ ଟଙ୍କା ତୋତେ ଦେବ ଏ ସହର

ବସତି କରିଲୁ ଆସି

ମାତୃତ୍ୱର ଡାକ ହୁଏ ଅଗୋଚର

ମାତୃ ବେକେ ଦେଲୁ ଫାଶୀ ।



Rate this content
Log in