STORYMIRROR

jagabandhu sahu

Others

3  

jagabandhu sahu

Others

ପଲ୍ଲୀବଧୂ

ପଲ୍ଲୀବଧୂ

1 min
149

ପାଦରେ ଅଳତା  ମଥାରେ ସିନ୍ଦୂର

     ଝଟକେ ପଲ୍ଲୀବଧୂର

ଧୀର ସ୍ଥିର କଥା   କହେ ସମସ୍ତଙ୍କୁ

     ଗଢଇ ନୂଆଁ ସଂସାର ।


ବାର ମାସେ ତେର ଓଷା ବ୍ରତ କରେ

     ପତି-ପୁତ୍ର ଶୁଭ ପାଇଁ

ଶାଶୁ ଶଶୁରଙ୍କ  କରି ପାଦ ସେବା

    ଅଇସୁଲକ୍ଷଣୀ ସେଇ ।


 ପାଦ ଚିପି ଚିପି ଚାଲଇ ରାସ୍ତାରେ 

    ମୁଣ୍ତରେ ଓଢଣୀ ଦେଇ

ଦୁଇ କୂଳର ସେ   ସମ୍ମାନ ବଢାଏ 

    ପଲ୍ଲୀବଧୂ ଟିଏ ହୋଇ ।


Rate this content
Log in