STORYMIRROR

Kulamani Sarangi

Others

3  

Kulamani Sarangi

Others

ପଲ୍ଲୀ ସୁନ୍ଦରୀ

ପଲ୍ଲୀ ସୁନ୍ଦରୀ

1 min
5.2K


ପଲ୍ଲୀ ସୁନ୍ଦରୀ


(ପଲ୍ଲୀ କବିତା)


ସଞ୍ଜ ରତ ରତ ମାଡିଆସେ ଶୀତ

ମିତ ମନେପଡେ ମୋର,

ହପତା ହେଲାଣି ଗୁରୁବାରୀ ମୋର

ଯିବାର ତା ବାପଘର।


କଳାମଚମଚ ପୁଚୁକୀଗାଲୀର

ନାକଚଣା ଝିଲିମିଲି,

କଥାକହୁଥିଲେ ହଲୁଥାଏ ପେଣ୍ଡି

ଫୁଲ କାନରେ ଦୋହଲି।


ସୋରିଷିଆ ମାଳି ବେକରେ ତା ଝୁଲି

ଛାତି ଚୁମୁଥାଏ ଯେବେ,

ବାଙ୍କ ଚାହାଣୀରେ ଅମୁରୁତ ଝରେ

ହସିଦେଲେ ସିଏ ତେବେ।


ଚବିଶି ଘଣ୍ଟା ତା ମୁଣ୍ଡରେ ଓଢଣୀ

ମେଘରେ ବିଜୁଳିପରି,

ଓଢଣୀ ଭିତରେ ଓଡିଆଣୀ ମୋର

ହସୁଥାଏ କିରିକିରି।


ମୋ ଗୁରୁବାରୀର ଗୁଣ୍ଠୁଣୀ ହାତୀର

ଚାଲି ଦେଖିଲେ ମୁଁ ଡରେ,

କିଏ କାଳେ ମୋର ଶୁଆନାକୀ ଠେଇଁ

ରସିଯିବ ପେମଭୋଳେ।


କଳା ମଚମଚ ବାଳରେ ନଡିଆ-

ତେଲ ମାରି ଭାଙ୍ଗେ ପାତା,

ସିନ୍ଥିରେ ସିନ୍ଦୁର ଜକଜକ ଜଳେ,

ଜୁଡାରେ ତା ମଲ୍ଲୀ ପେନ୍ଥା।


ସମଲପୁରିଆ ଶାଢି ଦେଇଚି ଲୋ

ଭେଣେଇ ବେହେଘରୁକୁ,

ମନ ଭିତର ମୋ ଦିକି ଦିକି ଜଳେ କିଆଁ,

ସେ ପିନ୍ଧିଲେ ତାକୁ ?


ପାଦେ ରୁମୁଝୁମୁ ପାଉଁଜୀ ବାଜିଲେ

ମନ ମୋର ଛନ ଛନ,

କନ କନ ହେଲେ ତାପାଖେ,ସେ କହେ

" ଅଲାଜୁକ ଛି, ଯାଉନ,


ବା'ମାଆ ପରା ଘରେ ଅଛନ୍ତି ହେ

ଦିନ ଦି'ପହରରେ,

ପେମ ଉତୁରୁଚି ,ଏମିତି ହେଲେ ମୁଁ

ଚାଲିଯିବି ବାପଘରେ।"


ମୋ ଗୁରୁବାରୀର ରୂପା ଅଣ୍ଟାସୁତା

ନାଚେ ଯେବେ ତା ଅଣ୍ଟାରେ,

ସେଇଦିନ ମତେ ମିଛ ଜର ଆସେ

ମଜୁରୀ ବଅନ୍ଦ କରେ।


ଗୁରୁବାର ଦିନ ଘର ନିପି ପୋଛି

ଚିତାଦିଏ ଗୁରୁବାରୀ,

ନକ୍ଷୀଂ ସାଆନ୍ତାଣୀ ବସି ମୋ ପିଣ୍ଡାରେ

ହସୁଥାନ୍ତି କିରିକିରି।


ଦି'ମାସେ ହେଇନି ବା'ଘର ମୋର

ବାପଘର ଗଲା ଗେଡୀ,

'ସତେ ମୋକଥା ମନେ ପଡୁନିଲୋ?

କେମେତେ ରହିଚୁ ଛାଡି।'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍