Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ପଲ୍ଲୀ ଗୀତ

ପଲ୍ଲୀ ଗୀତ

1 min
397


• ଶଗଡ଼ିଆ ଭାଇ , ପଲ୍ଲୀ ଗୀତ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

• ---------- -------------------- ----------

• ଶଗଡ଼ିଆ ଭାଇ ରେ ଶଗଡ଼ିଆ ଭାଇ

• ଶଗଡ଼ ଉପରେ ତୁଉ ବସି ଯାଉ ଗୀତ ଗାଉ

• ଗାଆଁ ବିଲ ସଡକରେ ଶଗଡ଼ ତୁ ନେଉବାହି

• ତୋ ହାତରେ ଗୁଆ ପାଞ୍ଚଣ ଶୋଭା ଦିଶଇ,ଶଗଡିଆ ଭାଇ …।।

• ଟିପେଇ,ଦଣ୍ଡା,ଫଳି ବାକୁଲି ତହିଁ ଯୁଆଳି

• ଯୋତ ଦଉଡିରେ ବନ୍ଧା ହଡା ବଳଦ ଟାଣଇ

• ତୋର ଶଗଡ ଗାଡି ନିର୍ବିକାରେ ଚାଲଇ

• ସଂସାର ଆଦ୍ୟ ଯାନ ମାନ୍ୟତା ପାଇ, ଶଗଡ଼ିଆ ଭାଇ…।।

• ଲୁହାନାଲ,ଅର,ପହୀ ତୁମ୍ଵା ସଙ୍ଗେ ଅନିକିଳି

• କାଠ ଗଢା ଦୁଇ ଚକ ଅଖ ଦୁଇପଟେ ରହି

• ଶଗଡ଼ ତୋ ଗଡ଼ି ଗଡ଼ି କେଁ କଟର ଡାକଇ

• ସେପାଇଁ ଜଡା ମାଲପା କାଳୀ ଲାଗଇ,ଶଗଡିଆ ଭାଇ…।।

• ନଡ଼ା,ଛଣ କଳେଇ କ୍ଷେତରୁ ଆଣୁ ବୁହାଇ

• ଖଳାରେ ସତେ ଲକ୍ଷ୍ମୀ ସାଆନ୍ତିଣୀ ବିଜେ ହୋଇ

• ଆହା କି ପୂଣ୍ୟ କର୍ମ କରୁଛୁ ଶଗଡ ବାହି

• ସଭିଙ୍କର ସାଥି ତୁଉ କୃଷକ ହୋଇ,ଶଗଡ଼ିଆ ଭାଇ…।।

• ଖରା,ବର୍ଷା କିବା ଶୀତ ସେ ସବୁତ ତୋର ମିତ

• ଶଗଡ଼ ଚାଲଇ ରାତି , ଦିନ ତୋର ଅବିରତ

• ସଂସାର ପ୍ରଥମ ଯାନ ଶଗଡ ଚାଳକ ତୁହି

• ତୋସମାନ ଏ ଜଗତେ ଆଉକେ ନାହିଁ,ଶଗଡ଼ିଆ ଭାଇ…।।








Rate this content
Log in