ପଳାତକ ସ୍ବପ୍ନ
ପଳାତକ ସ୍ବପ୍ନ
ଅତୀତର ସ୍ଵପ୍ନଭିଜା ମଉଳା ପଥରେ
ଦିଗହରା ପଥଭ୍ରଷ୍ଟ ହୋଇ
ଭବିଷ୍ୟର ଆଶା ସମ୍ଭାବନାକୁ ସାଉଁଟେ
ପ୍ରୟାସ ଭିତରେ ଅଭିଳାଷ ନେଇ ।
ସ୍ବପ୍ନ ଉପହାସ କରିବାର କ୍ଷମତା ରଖି
ନିଉଛଣା ଜୀବନ ଗଢେ
ରାତି ପାହିଗଲେ ଧୂଳିସାତ ବତୁରା କୁହୁଡି
କାକର ବିନ୍ଦୁ ହୋଇ ଝରିପଡେ ।
ନାଁ କ୍ଷୋଭ କରିହୁଏ ନା ଯାତନା ସହିହୁଏ
ତଥାପି ସ୍ବପ୍ନ ଆସେ
ଅନ୍ଧାରକୁ ସାଥିରେ ନେଇ ପିଆଲା ମନେ
ନିର୍ଲଜ ଅତୀତକୁ ବଖାଣି ବସେ ।
ପଳାତକ ଘୋଷିତ ହୁଏ ସପନ
ବିଚାର କରେ ସମୟ ସାଥେ
ଜୀବନର ଉପସ୍ଥିତି କାନ୍ଥରେ ଦୁର୍ବଳ ଦାଗ
ବଞ୍ଚିବାର ନୂତନ ପଥେ ।
ବିଡ଼ମ୍ବିତ ଅଧ୍ୟାୟ ସରଞ୍ଚନା କରିବସେ
ଅଜଣା ରାତି ଅନ୍ଧକାରେ
ପଳାତକ ସ୍ବପ୍ନ ସତ୍ୟ ଉପସ୍ଥାପନ ପାଇଁ
ନିତି ସମୟକୁ ବାଧ୍ୟ କରେ ।
