STORYMIRROR

Balaram Barik

Others

3  

Balaram Barik

Others

ପ୍ଲାଟଫର୍ମ

ପ୍ଲାଟଫର୍ମ

1 min
243

ନଥାଏ ଏଠି ଛୁଆଁ-ଅଛୁଆଁର ଭେଦଭାବ।

ନଥାଏ ମୂଲିଆ ଉପରେ ଜମିଦାର ର ପ୍ରଭାବ।

କେଇଖଣ୍ଡ ଟିଣ ଛପର ହୋଇଛି ଛାଉଣୀ ।

ସର୍ବୋତ୍କୃଷ୍ଟ ଆଶ୍ରୟସ୍ଥଳୀ ଭାବି ମୁଣ୍ଡ ଗୁଂଜେ ପ୍ରାଣୀ।


ଦିନ ତମାମ୍ ହାଡ଼ଭଙ୍ଗା 

ପରିଶ୍ରମ କରି ଏଠି କଙ୍କାଳ ଶୁଏ।

ଲେଞ୍ଜେରା ଲଗା ଆଖି ବନ୍ଦ ହୁଏ।

ମାଛକାତିଆ ଫୁଙ୍ଗୁଳା ଗୋଡ଼ ଗଡୁଥାଏ।

ଶିଥିଳି ଯାଇଥିବା ଗୋଇଠି ସଢ଼ୁଥାଏ।


ମଶା ,ଡାଆଁସ ,ମାଛି ସଙ୍ଗେ ତ ସଦା ପୀରତି।

ଏମାନେ ହିଁ ସଖା,ସହୋଦର ,ସୁଖ ଓ ଦୁଃଖର ସାଥି।

ଏଇଠି ,ପିଢ଼ି ପରେ ପିଢ଼ି ଆତ୍ମା ପାଇଛି ଯେ ମୁକତି।

ଏନ୍ତୁଡ଼ି ନିଆଁ ଏଇଠି ଜଳେ, ଜଳେ ବି ସଞ୍ଜବତୀ।


ଏଇ ମୋ ବୁକୁରେ ସଭିଙ୍କୁ ଜାବୁଡି ଧରିଛି।

ସ୍ନେହ ମମତା ଡୋରୀରେ ଏ ଦୁନିଆକୁ ବାନ୍ଧିଛି।

ପ୍ରଣୟର ହୋମାଗ୍ନି ଦେଖିଛି ,ଖଇ କଉଡ଼ିର ସାକ୍ଷୀ ଅଛି।

ଯାହାର କେହି ନାହିଁ ଦୁନିଆରେ ,ତାର ପ୍ଲାଟଫର୍ମ ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍