STORYMIRROR

Srinibas Mahalik

Others

3  

Srinibas Mahalik

Others

ପ୍ଲାଷ୍ଟିକ ଦ୍ରବ୍ୟ

ପ୍ଲାଷ୍ଟିକ ଦ୍ରବ୍ୟ

1 min
14.5K


ପ୍ଲାଷ୍ଟିକ୍ ଗୋଟିଏ ଏଭଳି ଜିନିଷ

ଯିଏ ହୁଏନାହିଁ ନଷ୍ଟ

ଅତ୍ୟଧିକ ତା'ର ବ୍ୟବହାର ହେତୁ

ପରିବେଶ ହୁଏ ଭ୍ରଷ୍ଟ ।।

ମାଟିରେ ପ୍ଲାଷ୍ଟିକ୍ ମିଶିବାକୁ ଲାଗେ

ହଜାର ବରଷ ପ୍ରାୟ

ତେଣୁ ଏ ପୃଥିବୀ ପ୍ଳାଷ୍ଟିକ୍ ଦ୍ରବ୍ୟକୁ

କରିଥାଏ ଭାରି ଭୟ ।।

ପ୍ଲାଷ୍ଟିକ୍ ନୁହେଁ ଏଭଳି ଦ୍ରବ୍ୟ ଯେ

ଯା'ବିନା ହେବନି ବଞ୍ଚି

ଏହାର ବିକଳ୍ପ ଅନେକ ରହିଛି

କି ଲାଭ ରଖିଲେ ସଞ୍ଚି !!

ଯେଉଁ ଦିନ ଆମେ ପ୍ଲାଷ୍ଟିକ୍ ଦ୍ରବ୍ୟର

କମାଇବା ବ୍ୟବହାର

ସେହି ଦିନ ଯାଇ ଖୁସିର ଆଭାସ

ଶୁଣାଯିବ ପୃଥିବୀର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍