STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପଖାଳି ପୟର ପାଇଲା ଧୀବର

ପଖାଳି ପୟର ପାଇଲା ଧୀବର

1 min
514


ପଖାଳି ପୟର ପାଇଲା ଧୀବର 

କେତେ କୋଟି ଜନ୍ମ ଫଳ

 ସରୋଜ ରଜରେ ପାପ ଧୋଇ ଗଲେ 

କଳୁଷ ନହୁଏ କାଳ


ଅଙ୍ଗେ ଦେଇ ବାସ ବସିଲା କୁବୁଜା

ସଉଭାଗ୍ୟ ରୂପବତୀ 

ପାଆନ୍ତେ ଆଶ୍ରୟ ଶ୍ରୀପଦେ ତୋହର 

ବିଭୀଷଣ ବିଷ୍ଣୁ ଗତି 


ସଖା କରି ତୋତେ ପାଞ୍ଚାଳୀ ନିରତେ 

କେତେ ଲଜ୍ଜା ନିବାରିଲା

ପାଇସେ ଅମ୍ବୁଜ ପଦକୁ ଯେ ଧ୍ରୁବ

ବିଷ୍ଣୁ ପଦ ପାଇଗଲା


ମୁହିଁ ମୂଢମତୀ କାହିଁ ବା ଭକତି

ସଜ୍ଜଳ କରିବି ସ୍ମୃତି 

କଜ୍ଜ୍ଵଳ କମଳେ ନୟନ ବିହ୍ଵଳେ 

ସପନ ମୋ ଅନୁଭୁତି 


ଅଚିହ୍ନା ଅଜଣା ବାସର ଭାବନା

ମନ ମୋର ବେଳା ଭୁଇଁ 

ପାଉନି ମୁଁ ପଥ ହେବାକୁ ନିରତ

 ନିରନ୍ତର ଭାବୁଥାଇ 


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍