ପଖାଳି ପୟର ପାଇଲା ଧୀବର
ପଖାଳି ପୟର ପାଇଲା ଧୀବର
1 min
490
ପଖାଳି ପୟର ପାଇଲା ଧୀବର
କେତେ କୋଟି ଜନ୍ମ ଫଳ
ସରୋଜ ରଜରେ ପାପ ଧୋଇ ଗଲେ
କଳୁଷ ନହୁଏ କାଳ
ଅଙ୍ଗେ ଦେଇ ବାସ ବସିଲା କୁବୁଜା
ସଉଭାଗ୍ୟ ରୂପବତୀ
ପାଆନ୍ତେ ଆଶ୍ରୟ ଶ୍ରୀପଦେ ତୋହର
ବିଭୀଷଣ ବିଷ୍ଣୁ ଗତି
ସଖା କରି ତୋତେ ପାଞ୍ଚାଳୀ ନିରତେ
କେତେ ଲଜ୍ଜା ନିବାରିଲା
ପାଇସେ ଅମ୍ବୁଜ ପଦକୁ ଯେ ଧ୍ରୁବ
ବିଷ୍ଣୁ ପଦ ପାଇଗଲା
ମୁହିଁ ମୂଢମତୀ କାହିଁ ବା ଭକତି
ସଜ୍ଜଳ କରିବି ସ୍ମୃତି
କଜ୍ଜ୍ଵଳ କମଳେ ନୟନ ବିହ୍ଵଳେ
ସପନ ମୋ ଅନୁଭୁତି
ଅଚିହ୍ନା ଅଜଣା ବାସର ଭାବନା
ମନ ମୋର ବେଳା ଭୁଇଁ
ପାଉନି ମୁଁ ପଥ ହେବାକୁ ନିରତ
ନିରନ୍ତର ଭାବୁଥାଇ
ପ୍ରଶାନ୍ତ କୁମାର ହୋତା
