STORYMIRROR

Sunanda Mohanty

Others

4  

Sunanda Mohanty

Others

ପଖାଳ

ପଖାଳ

1 min
267


ପଖାଳ କହେ 

ସିଏ ଶହେରୁ ଶହେ 

ତା ସାଙ୍ଗକୁ ବଡ଼ିଚୁରା 

ପୋଡ଼ାପୋଡ଼ି ଯଦି ଟିକିଏ ହୁଏ 

ଦାହିଦେଇ ଲେମ୍ବୁଫାଳେ ଆପଣାଇ ଥାଏ 

ସଭିଙ୍କ ସାଥିରେ ଶାଗ ଭଜା 

ଯଦି ଟିକିଏ ଥାଏ 

କଞ୍ଚାଲଙ୍କା ଆଉ ସୋରିଷ ତେଲରେ 

ପାଗପୁଗା ର ମହକ ପାଇଛି ଯିଏ 

ରସୁଣ ବାସ୍ନାରେ 

ଛାଡି ପଳାଇବ କରୋନା ଭୟେ 

କେହି କେହି ମାଛଭଜା ଓ 

ଚୁଙ୍ଗୁଡ଼ି ଶୁଖୁଆ ଲଗେଇ ଖାଏ 

ସେ ଆରାମ ଆଉ ପାଇବ କିଏ 

ଖରା ଗରମରେ ସିଝିଛି ଯିଏ

ଖୋଜୁଥାଏ ମୁଠାଏ ପଖାଳ 

ଦେବାକୁ ମୁହେଁ ଗରିବ ଦୁଃଖୀର ସଦା ଆହାର ସିଏ 

ଖଟା ଟିକେ ହେଲେ ବି ଚଳିଯାଏ 

ଓଡିଶା ମାଟିରେ ନଜାଣିଛି କିଏ 

ପଖାଳ ମହିମା ଶହେରୁ 

ଅନେଶତ ବି ନୁହେଁ ଆସ ଆସ ଭାଇ 

ସାଙ୍ଗ ସାଥି ହୋଇ 

ମାଆ, ଭାଉଜ, ଭଉଣୀ ବାଢ଼ିବେ 

ପଖାଳ କଂସାଏ 

ତା ସରି ଆଉ ହୋଇବ କିଏ 

ପୁରା ଶହେରୁ ଶହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍