ପଖାଳ
ପଖାଳ
ପଖାଳ କହେ
ସିଏ ଶହେରୁ ଶହେ
ତା ସାଙ୍ଗକୁ ବଡ଼ିଚୁରା
ପୋଡ଼ାପୋଡ଼ି ଯଦି ଟିକିଏ ହୁଏ
ଦାହିଦେଇ ଲେମ୍ବୁଫାଳେ ଆପଣାଇ ଥାଏ
ସଭିଙ୍କ ସାଥିରେ ଶାଗ ଭଜା
ଯଦି ଟିକିଏ ଥାଏ
କଞ୍ଚାଲଙ୍କା ଆଉ ସୋରିଷ ତେଲରେ
ପାଗପୁଗା ର ମହକ ପାଇଛି ଯିଏ
ରସୁଣ ବାସ୍ନାରେ
ଛାଡି ପଳାଇବ କରୋନା ଭୟେ
କେହି କେହି ମାଛଭଜା ଓ
ଚୁଙ୍ଗୁଡ଼ି ଶୁଖୁଆ ଲଗେଇ ଖାଏ
ସେ ଆରାମ ଆଉ ପାଇବ କିଏ
ଖରା ଗରମରେ ସିଝିଛି ଯିଏ
ଖୋଜୁଥାଏ ମୁଠାଏ ପଖାଳ
ଦେବାକୁ ମୁହେଁ ଗରିବ ଦୁଃଖୀର ସଦା ଆହାର ସିଏ
ଖଟା ଟିକେ ହେଲେ ବି ଚଳିଯାଏ
ଓଡିଶା ମାଟିରେ ନଜାଣିଛି କିଏ
ପଖାଳ ମହିମା ଶହେରୁ
ଅନେଶତ ବି ନୁହେଁ ଆସ ଆସ ଭାଇ
ସାଙ୍ଗ ସାଥି ହୋଇ
ମାଆ, ଭାଉଜ, ଭଉଣୀ ବାଢ଼ିବେ
ପଖାଳ କଂସାଏ
ତା ସରି ଆଉ ହୋଇବ କିଏ
ପୁରା ଶହେରୁ ଶହେ ।
