STORYMIRROR

SUKANTA KHANDA

Others

3  

SUKANTA KHANDA

Others

ପଖାଳ

ପଖାଳ

1 min
167

ସଜ ପଖାଳରେ ବଡି଼ ଚୂରାଟିକେ

ଆମ୍ବୁଲ ଚକଟା ଦେଖି

ମନ ହୁଙ୍କୁହୁଙ୍କୁ ହେଉଥିବା ବେଳେ

ଆଈ ସଜେଇବା ଦେଖି।୧


ଆଈ ଖରଡି଼ଲେ ଲେଉଟିଆ ଶାଗ

ନିମ କଢ଼ ତୋଳିଆଣି

ଭଲକି ଯତନେ ଦହି ବାଇଗଣ

ଛୁଙ୍କ ପକେଇ ଜାଣି।୨


କାକୁଡି଼ ବିଲାତି ଦହିକୁ ମିଶାଇ

ସାଲାଡ଼ କରିଲେ ଯେବେ

ଦଉଡି଼ ଧରିଲି ଖାଇବାକୁ ମୁହିଁ

ଆଈଙ୍କୁ ନ କହି ତେବେ।୩


ଆଈ ମୋର କାମ ଦେଖି କି କହିଲେ

ଧନରେ ଅପେକ୍ଷା କର

କାଳିଆ ଦିଅଙ୍କୁ ସମରପି ଦେଲେ

ଖାଇବୁ ତୁ ନିରନ୍ତର।୪


ଉଚ୍ଛନ୍ନ ହୁଅନି ଦେଖୁନୁ ଧରିଛି

ଲଙ୍କା ଚକୁଟିବି ଏବେ

ଯିଏ ଓଡି଼ଶାର ମଉଡ଼ମଣିଟି

ତାଙ୍କୁ ଚିନ୍ତା ଅଛି ଭବେ।୫


ଖାଇବୁରେ ଧନ ରହରହ ଟିକେ

କହିଦେଲେ ଯେବେ ମୋତେ

ରଖିଦେଲି ଯାହା ଧରିଥିଲି ସବୁ

ଖାଇବା ଚିଜ ମୋ ହାତେ।୬


ଆଈ ସଜାଡି଼ଲେ ସବୁ ଖାଇବାକୁ

କାଳିଆ ଦିଅଙ୍କ ପାଖେ

ପୂଜାପାଠ କରି ଆନନ୍ଦ ମନରେ

ମୋତେ ଟେକିନେଲେ କାଖେ।୭


ବସାଇ ଆସନେ ଗୋଟେଗୋଟେ କରି

ଖୁଆଇ ଖାଇବା ସବୁ

କୋଟି ଧନ୍ୟବାଦ ଦେଇ କାଳିଆଙ୍କୁ

ଯେମିତି କରିଲେ କାବୁ?।୮


ପଖାଳ ଦିବସେ ଓଡି଼ଶା ବାସୀଙ୍କୁ

କୃତାର୍ଥ କରିବ ତୁମେ

ଅଭୁକ୍ତ କାହାକୁ ନ ରଖି କାଳିଆ

ସନ୍ତୋଷ ଦେବ ଏ ଭୂମେ।୯


କୋଟି ପ୍ରଣିପାତ ଘେନ ହେ ଠାକୁର

ତୁମେ ଦେବାବାଲା ପ୍ରଭୁ

ପଖାଳ କଂସାଟା ନିଇତି ହିଁ ମିଳୁ

ଅନ୍ୟ ଲୋଡା ନାହିଁ ବିଭୁ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍