STORYMIRROR

ତ୍ରିନାଥ ବେହେରା

Others

3  

ତ୍ରିନାଥ ବେହେରା

Others

ପଖାଳ

ପଖାଳ

1 min
12.2K

ପଖାଳ

...........

ଓଡିଆ ଘରର

ବଢିଆ ପଖାଳ

ଖାଇବା ମଜା ଯେ ଜାଣିଛି

ପଛରେ ପକାଇ ଲକ୍ଷେ ବ୍ୟଞ୍ଜନକୁ

ପାଖଳର ଗୁଣ ଗାଇଛି ାା

ଶାଗ ଭଜା ଆଉ

ବଢିଚୁରା ସାଥେ

ପୋଡା ଆଳୁ ବାଇଗଣ ଭରତା

ପଖାଳ ସାଥିରେ ଯେ

ଖାଇଛି ଜାଣିଛି ସୁଆଦ କଥା ାା

ଓଡିଶା କୃଷକ

ଭାରି ପରିଶ୍ରମୀ

ତାର ପ୍ରିୟ ଏ ପଖାଳ ତୋରାଣୀ

ତା ସାଥେ ଲୁଣ ମରିଚ ପିଆଜ

ଅଭାବି ଘରର ପ୍ରଭାବି ଚିଜ ାା

ମାଣ୍ଡିଆ ଜାଉ

ସାଥେ ମିଶାଇ ପଖାଳ

ଚିମୁଟାଏ ଲୁଣ ଦେଇକି ଗୋଳ

ଯେ ଖାଇବ ଖରାବେଳେ ବସି

କଟିବ ଖରାବେଳଟି ତା ହସି ାା

ପଖାଳ ଅଟଇ

ଓଡିଆ ଖାଦ୍ୟ

ସୁଦୂର ତାହାର ପ୍ରଭାବ

ହୋଟେଲ ଢାବା ସବୁଠି ଦେଖ

ପଖାଳଟି ନିଶ୍ଚେ ମିଳିବ ାା

ଓଡିଶାର ଇଏ

ଜାତୀୟ ଖାଦ୍ୟ

ସେଥିପାଇଁ ପରା ଓଡିଆ ପାଳେ

ମାର୍ଚ୍ଚ ମାସ କୋଡିଏ ତାରିଖେ

ପଖାଳ ଦିବସ ହର୍ଷ ଉଲ୍ଲାସେ ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍