STORYMIRROR

Binata Mohanta

Others

4  

Binata Mohanta

Others

ପଖାଳ ପାଳି

ପଖାଳ ପାଳି

1 min
363

ପ୍ରଚଣ୍ଡ ରୋଦ୍ରେ ଉତ୍ତପ୍ତ ଧରା

     ଶୁଷ୍କ ମାଟି ସହ ଧୂଳି ଭରା,

ଉଷ୍ଣ ପବନକୁ ମୁଣ୍ଡ ଫଟା ଖରା

     ଜଳ ବିହୁନେ ତ୍ରାହି ତ୍ରାହି ସଂସାର ସାରା ।।

     

ଜଳାଭାବେ ପଶୁପକ୍ଷୀ ଜରାଜୀର୍ଣ୍ଣ

      ତପ୍ତ ନିଦାଘେ ତରୁଲତା ଶ୍ରୀହୀନ

ଅସହ୍ୟ ଗରମକୁ ଝାଞ୍ଜି ପବନ ମଧ୍ୟାନ୍ନେ

      ପ୍ରତିଦିନ ଧୂଳିଝଡ ଆସେ ଅପରାହ୍ନେ ।। 


ସକାଳୁ ସନ୍ଧ୍ୟା ପାଗ ଗୁଳୁଗୁଳି

      ହନ୍ତସନ୍ତ ଜୀବନ ଗ୍ରୀଷ୍ମକୁ ଗାଳି

ପାଚିଲାଣି ଆମ୍ବ ଗଛରେ ଫଳି

      ସଭିଙ୍କ ଘରେ ଏବେ ପଖାଳ ପାଳି ।।


ପଖାଳ କଂସାକୁ ଶାଗ ବଡି ଚୁରା

       ତୋରାଣି ଟିକେ ପିଇଲେ ଆତ୍ମା ବିଭୋର

 ପ୍ରଚଣ୍ଡ ତାତିରୁ ଦେହକୁ ରଖେ ଶିତଳ

       ଓଡିଆ ଖାଦ୍ୟରୂପେ ଜାଣଇ ସଂସାର ।। 


 ରାତ୍ରି ସାରା ଅସହ୍ୟ ଗରମ

       କ୍ଳାନ୍ତ ଶରୀରକୁ ନାହିଁ ଆରାମ

 ମାଡି ଆସେ ନିଦ ପାହାନ୍ତା ପ୍ରହର

       କର୍ତ୍ତବ୍ୟ ଡାକଦିଏ ଉଠ ନାହିଁ ତ ବିରାମ ।।


 ସକାଳ ହେଉଁଳୁ ଖରା ଜୋର 

     ଦିନ ବଢିବାକୁ ଏହା ହୁଏ ପ୍ରଖର

 ଅପରାହ୍ନରେ ଧୂଳିଝଡର ପ୍ରହାର

     ଶୁଖିଲା ପତ୍ର,ସଙ୍ଗେ ଧୂଳିବାଲି ଉପହାର ।। 


ଏହା ଦେଖି ଘରଣୀର ଚିତ୍କାର

     ଝାଡୁହାତେ ଧରି କରନ୍ତି ସଫାସୁତର

 ପିନ୍ଧି ଗୃହବଧୁ ବସ୍ତ୍ର ପରିଷ୍କାର

     ଚଉରା ମୂଳେ ଦୀପ ଦେବାକୁ ତତ୍ପର ।। 


 ରାତ୍ରି ପ୍ରହରେ ଶୋଭନ୍ତି ତାରା ଦୂରେ

     ଚିହ୍ନବର୍ଣ୍ଣ ନାହିଁ ମେଘର ଦୂର ଆକାଶରେ

 ଶାନ୍ତି ମିଳୁ ସଭିଙ୍କୁ ଭଷା ମେଘ ବରଷି ଯାରେ

     ଭିଜି ଯାଉ ଧରା ମନେ ଆଶା ଉଙ୍କି ମାରେ ।। 


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍